ରେଆର ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସେଚ୍ଛାସେବୀ ଅନୁଷ୍ଠାନ ରେଆର ଠାରେ ଷ୍ଟିଚଟିଙ୍ଗ୍ କିଣ୍ଡର୍ ପୋଷ୍ଟଜିଗେଲ୍ସ ନେଦରଲେଣ୍ଡ ସହାୟତାରେ ଏବଂ ଦୈନନ୍ଦିନ ପ୍ରଯତ୍ନ ଓ ଥଇଥାନ କେନ୍ଦ୍ର, ଦିଶା କମ୍ ବିକାଶ କେନ୍ଦ୍ର ର ସହଯୋଗିତାରେ ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡା. ଦୁର୍ଗାଦତ୍ତ ଦାଶ୍ ଯୋଗଦେଇ ସମାଜ ପାଇଁ ମହିଳା ଓ ପୁରୁଷ ଙ୍କ ଭୂମିକା ଗୁରୁତ୍ବପୂର୍ଣ କିନ୍ତୁ ଜିଲ୍ଲାରେ ଝିଅ ମାନଙ୍କ ସଂଖ୍ୟା କମି କମି ଚାଲିଛି ଆଜି ଆମେ ସମସ୍ତେ ଶପ‌ଥ ନେଇ କନ୍ୟା ସନ୍ତାନଙ୍କୁ ସୁରକ୍ଷା ଦେବା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟର ଆରକ୍ଷୀ ନୀରିକ୍ଷକା ନିର୍ମଳା ତ୍ରୀପାଠୀ ଯୋଗଦେଇ ମହିଳାଙ୍କ ପ୍ରତି ହେଉଥିବା ଘରୋଇ ହିଂସା ର ବିଲୋପ କରିବା ସହ ମହିଳା ପ୍ରତ୍ୟେକ ପାହାଚକୁ ଆଇନ ଅନୁଯାୟୀ ସୁରକ୍ଷୀତ ରଖିବା ଦିଗରେ ଉଦ‌ବୋଧନ ଦେବା ସହ ସାବଲମ୍ବୀ ହେବାକୁ ପ୍ରୋତ୍ସାହିତ କରିଥିଲେ। ଏହା ସହ ପ୍ରତ୍ୟେକ ମହିଳା ଙ୍କ ନ୍ୟାୟିକ ସୁରକ୍ଷା କିପରି ସୁନିଶ୍ଚିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ମତଦେଇଥିଲେ। ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷାର ଅନ୍ତର୍ନିବେଶୀ ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସରାଫ ଓ ସୁବର୍ଣ୍ଣପୁର ଜିଲ୍ଲା ସମଗ୍ର ଶିକ୍ଷା ର ଭାରପ୍ରାପ୍ତ ଅନ୍ତର୍ନିବେଶୀ ପ୍ରକଳ୍ପ ସଂଯୋଜକ ସଚିତାନନ୍ଦ ସାହୁ ଯୋଗଦେଇ ଭିନ୍ନକ୍ଷମ ବାଳିକାଙ୍କ ସଫଳ କାହାଣୀ ସମ୍ପର୍କରେ ଉପସ୍ଥାପିତ କରି ସମସ୍ତ ମହିଳାମାନେ ଆଗେଇଯିବାକୁ ଉତ୍ସାହିତ କରିଥିଲେ। ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ମହିଳାମାନେ ରୋଜଗାରକ୍ଷମ ହୋଇ ପରିବାରକୁ କିପରି ସଫଳ ଭାବେ ଆଗକୁ ନେଇପାରିବେ ତତ୍ ସମ୍ପର୍କରେ ଉଦାହରଣ ସହ ଉପସ୍ଥାପନା କରିବା ସହ ମହିଳାଙ୍କ ନ୍ୟାୟିକ ଦିଗରେ ଦିଗଦର୍ଶନ ଦେଇଥିବା ବେଳେ ରେଆରର ପରିଚାଳନା କମିଟୀ ସଦସ୍ୟା ହରିପ୍ରିୟା ପାଣିଗ୍ରାହୀ ମହିଳା ମାନେ ନିର୍ଭିକ ଭାବେ ଆଗେଇ ଯିବାକୁ ଉଦ‌ବୋଧନ ଦେଇଥିଲେ। ଏହି ଅବସରରେ ସର୍ବତ୍କୃଷ୍ଟ ଶିଶୁ ଯତ୍ନ କରିଥିବା କିର୍ତୀପୁରର ରୁଦ୍ର କୁମ୍ଭାର, ରୁଗୁଡିପାଲିର ରାଏମତି ବିଶ୍ବାଲ ଓ ସୁବାସ ଚନ୍ଦ୍ର ବାଘ୍, ଡୁମେରଖୋଲର ଭୂମିସୁତା ରଣା ଓ ଗଡିଆ ଗ୍ରାମର ଜୟତି ପୋଢଙ୍କୁ ସମ୍ବଦ୍ଧିତ କରାଯାଇଥିଲା। କାର୍ଯକ୍ରମରେ ସୋନପୁର ବ୍ଳକର ଖଲିଆପାଲି, ମଲିକମୁଣ୍ଡା, ମୟୁରଉଡାନ, ରେଙ୍ଗାଲି, ଲଛିପୁର ଓ ଛକୋରମାଲ ପଂଚାୟତ ର ଶତାଧିକ ମହିଳା ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ରେଆର ର ସାଧାରଣ ସଂପାଦକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ସଭା ସଂପାଦନା କରିଥିବାବେଳେ ରେଆର ର କାର୍ଯ୍ୟକ୍ରମ ସଂଯୋଜକ ଧନୁର୍ଦ୍ଧର ନାଏକ ସାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ କାର୍ଯ୍ୟକ୍ରମ ସହାୟିକା ରିଙ୍କି ବସ୍ତିଆ, ପ୍ରିୟଙ୍କା କଢାଲିଆ, ସଂଜନ ସେଠୀ ଓ ସାଗରିକା ଜାଲ୍ ସହଯୋଗ କରିଥିବା ବେଳେ ରେଆର ର ଭୌତିକ ଚିକିତ୍ସିକା ପ୍ରିତିମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.