ସ୍ମାର୍ଟ୍ ପାର୍କ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦିବ୍ୟ ଉର୍ଜା ଯୋଗ ସେବା ସମିତି ଓ ପତଂଜଳୀ ମହିଳା ସମିତି ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ସ୍ମାର୍ଟ ପାର୍କ ଯୋଗ ମଣ୍ଡପ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଁ ଯୋଗ ସମିତିର ପ୍ରତିଷ୍ଠାତା ତଥା ମହିଳା ଯୋଗ ପ୍ରଶିକ୍ଷିକା ଅଧ୍ୟାପିକା ପ୍ରତିମା ରଥ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ, ଦିନକୁ ଦିନ ବଢୁଥିବା ମହିଳାଙ୍କ ଉପରେ ଶୋଷଣ ଓ ଅବହେଳାର ପ୍ରତିବାଦ ତଥା ଯୋଗ ଓ ପ୍ରାଣାୟାମର ଅଭ୍ୟାସକୁ ପ୍ରତି ନାରୀ ଶକ୍ତିଙ୍କ ପାଖରେ ପହଞ୍ଚାଇବାକୁ ବ୍ୟାପକ ମହିଳା ଯୋଗ ସମିତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ସ୍ଥାପନା ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ମହିଳା ପ୍ରଭାରୀ ଭାବେ ସେବତୀ ପଟେଲ, ସହ ମହିଳା କାଞ୍ଚନ ପୁଝାରୀ ଓ ସୋସିଆଲ ମିଡିଆ ପ୍ରଭାରୀ ପଦ୍ମିନୀ ପଣ୍ଡାଙ୍କୁ ମନୋନୀତ କରାଯାଇ ଥିଲା। ଦିବ୍ୟଉର୍ଜ୍ଜ୍। ସେବା ସମିତିର ମହିଳା ସଂଯୋଜିକା ସବିତା ପଟ୍ଟନାୟକଙ୍କୁ ମହିଳା ଯୋଗ ପ୍ରଶିକ୍ଷିକା ଅଧ୍ୟାପିକା ପ୍ରତିମା ରଥ, ମହିଳା ଆତ୍ମରକ୍ଷା ପ୍ରଶିକ୍ଷିକା ସୁମିତ୍ରା ସାହୁ ତଥା ଜାଗୃତି ଭୋଇଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଗୋପାଳ ନେଗି, ସମ୍ପାଦକ ଶ୍ରିବନ୍ତ୍ ମିଶ୍ର, ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ ପଣ୍ଡା, ଜିଲ୍ଲା ତହସିଲ୍ ପ୍ରଭାରୀ ଅବସରପ୍ରାପ୍ତ ଅଧ୍ୟାପକ ପ୍ରସନ୍ନ କର୍ଣ୍ଣ, ଯୋଗୀ ରୁଦ୍ରାକ୍ଷ ସାହୁ, ପରେଶ୍ ମେହେର ସହଯୋଗ କରିଥିଲେ। ସଂଗଠନ ସଂଯୋଜକ ରବୀନ୍ଦ୍ର ଜେନା ସଂଯୋଜନା କରିଥିଲେ। କଣ୍ଠ ଶିଳ୍ପୀ ପୁରନ୍ଦର ଠେଲା ମାଆ ତୁମେ ମମତାର ସୀମା ହିନ ସାଗର କଣ୍ଠ ରେ ଗାଇଥିଲେ ଓ ହାଇ କୃଷ୍ଣ ଗୀତ ରେ ସମସ୍ତ ମହିଳା ସାମୂହିକ ନୃତ୍ୟ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.