ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସମାଜ ମଙ୍ଗଳ ଟ୍ରଷ୍ଟର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ନାୟକ ଙ୍କ ଦ୍ଵାରା ପ୍ରତିଷ୍ଠିତ ସଂସ୍ଥାପନା ଚେରି ଟେବୁଲ୍ ଟ୍ରଷ୍ଟ ଓଡ଼ିଶା ଭୁବନେଶ୍ବର ପକ୍ଷରୁ ଓମେନ୍ସ ଫେଷ୍ଟ୍ ଉତ୍ସବ ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ର ଉପ ସଭାନେତ୍ରୀ ତଥା ସୁବର୍ଣା ନାରୀ ଜାଗରଣ କେନ୍ଦ୍ର ର ପରିବାର ମି଼ଳାମିଶା କାଉନସିଲର ଶ୍ରୀମତୀ ଇନ୍ଦୁମତି ପୁରୋହିତ ଙ୍କୁ ଜୟଦେବ ଭବନ ଠାରେ ସମ୍ବର୍ଦ୍ଧନା କରାଯାଇଛି। ପରେ କାଲି ସନ୍ଧ୍ୟାରେ ସୋନପୁର ଫେରିବା ପରେ ତାଙ୍କୁ ସ୍ୱଚ୍ଛ ଭାରତ, ଯୋଗ ସମିତି ଓ ବିଭିନ୍ନ ସ୍ୱେଚ୍ଛlସେବୀ ସଂଗଠାନ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସୁବର୍ଣ୍ଣପୁରର ସୁନା ଝିଅ ଇନ୍ଦୁମତି ପୁରୋହିତ ୨୦୧୫ ମସିହା ଗୁରୁ ଦିବସ ରେ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ଓଡ଼ିଶା ସରକାରଙ୍କ ଦ୍ଵାରା ଓ ରାଜ୍ୟ ର ବିଭିନ୍ନ ମିଡିଆ ସଂସ୍ଥା, କ୍ରୀଡା ସଂସ୍ଥା ଓ ସ୍ୱେଛା ସେବୀ ସଂସ୍ଥା ଦ୍ଵାରା ଅନେକ ଉତ୍ସବରେ ସମ୍ବର୍ଦ୍ଧିତ ହୋଇ ସୁବର୍ଣ୍ଣପୁର ମାଟି ର ଗୌରବ ବଢାଇଛନ୍ତି।