ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଆ ବାର୍ତ୍ତା/ କଟକ: ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା, “ସାଉଁଟା ସ୍ମୃତି” ସ୍ମରଣିକା ର ଉନ୍ମୋଚନ ପର୍ବ, ଭକ୍ତି ସଙ୍ଗୀତ ଗାନ ଏବଂ ପ୍ରସାଦ ସେବନ ରେଭେନ୍ସା ୟୁନଭରସିିଟି କ୍ୟାମ୍ପସ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇ ଯାଇଛି ।

“ସାଉଁଟା ସ୍ମୃତି” ସ୍ମରଣିକା ଉନ୍ମୋଚନ ପର୍ବରେ ମାନ୍ୟବର ମେୟର ସୁବାସ ସିଂହ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ ଘାଟନ କରିଥିଲେ । ସାରଳା ସାହିତ୍ୟ ସଂସଦର ସଭାପତି ଇଁ ପ୍ରଭାକର ସ୍ୱାଇଁ ସଭାପତିତ୍ବ କରିଥିଲେ ।

ମୁଖ୍ୟ ଅତିଥି ଡ. ହିମାଂଶୁ ଶେଖର ଖଟୁଆ ( ନିର୍ଦ୍ଦେଶକ କଳିଙ୍ଗ ଟିଭି ) ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀ ମାନସ ଚୈତନ୍ୟ ମହାରାଜ, ସଭାପତି ଧବଳେଶ୍ଵର ସାରସ୍ବତ ଆଶ୍ରମ ଯୋଗଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଡାକ୍ତର ଦୀନବନ୍ଧୁ ମହାରଣା ଏବଂ କଟକ ବିଜେପି ଜିଲ୍ଲା ସଭାପତି ସୁକାନ୍ତ କୁମାର ବିଶ୍ବାଳ ଉପସ୍ଥିତ ଥିଲେ ।

ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ଶାସନ ସଚିବ ବିଶ୍ୱଜିତ୍ ପାଲ, ଡ. ଗୁଣନିଧି ପରିଡ଼ା, ଅନିତା ପାତ୍ର, ନିବେଦିତା ବିଶ୍ଵାଳ, ସଚ୍ଚିଦାନନ୍ଦ ବେହେରା, ଅଜୟ ନାୟକ, ଦେବଦତ୍ତ ଧଳ ,ସୂର୍ଯ୍ୟକାନ୍ତ ପଲେଇ , ପଣ୍ଡିତ ଦାର୍ଶନିକ ନୀଳକଣ୍ଠ ରାଉତ, ଡଃ ଦିପାୟନ ପଟ୍ଟନାୟକ, ପ୍ରାଧ୍ୟାପକ ସେକ କଲିମୁଲ୍ଲା, ଡ. ବୈଜୟନ୍ତି ଶତପଥୀ, ସୁଭବ୍ରଟ ମହାପାତ୍ର, ଭଗବତୀ ଖଟୁଆ, ସ୍ନେହ ଶ୍ରୀ ସ୍ୱାଇଁ, ସ୍ମାରକୀ ଖୁଣ୍ଟିଆ, ଅଜୟ ପଣ୍ଡା, ଅମରେନ୍ଦ୍ର ବିଶ୍ଵାଳ, ପ୍ରବକ୍ତା ପ୍ରଫେସର ମାନସ, ଗୀତାଞ୍ଜଳି ପୃଷ୍ଟି, ଚୈତନ୍ୟ ସାହୁ, ପନ୍ନଙ୍ଗ ଭୂଷଣ, ସାଗର ସାମନ୍ତରାୟ ଏବଂ ରାଜୀବ ଷଡ଼ଙ୍ଗୀ ଯୋଗଦେଇ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କ ଶିକ୍ଷା ଜଗତକୁ ଅତୁଳନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ ।

ମେୟର ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କ ରେଭେନ୍ସା କଲେଜରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଅତିଥି ମାନେ ଶିକ୍ଷା ଗବେଷଣା ପାଇଁ ତାଙ୍କ ନାମରେ ଗୋଟିଏ ଚେୟାର ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ଗୋପବନ୍ଧୁ ବିଶ୍ଵାଳ ଶିକ୍ଷା ଗବେଷଣା ଫାଉଣ୍ଡେସନ ପ୍ରତିଷ୍ଠା ପାଇଁ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମତବ୍ୟକ୍ତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.