ଚାଲିଛି ବାଲସିଙ୍ଗା ଭାଗବତ ପାରାୟଣର କାର୍ଯ୍ୟକ୍ରମ-୨୦୨୫

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ବାଲସିଙ୍ଗା ନଦୀତଟ ହରିହର କ୍ଷେତ୍ରରେ ଗତ ତା୭/୩ ରୁ ଚାଲିଛି ପଞ୍ଚାୟତ ସ୍ତରୀୟ ୯ମ ଭାଗବତ ପାରାୟଣ ସପ୍ତାହ କାର୍ଯ୍ୟକ୍ରମ । ଗତ ମାର୍ଚ୍ଚ ୭ ରେ ଏହି ପଞ୍ଚାୟତ ସ୍ତରୀୟ ସାପ୍ତାହିକ ଭାଗବତ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହା ୧୭/୩ ରେ ପୂର୍ଣ୍ଣାହୁତି ପଡ଼ିବ ବୋଲି ଜଣାପଡ଼ିଛି।

ଏନେଇ ୭/୩ ସୋମବାର ଅପରାହ୍ନ ୫.୩୦ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଠାରେ ଚାରିଗୋଟି ଗୋଟି ଯଜ୍ଞ ଅନୁଷ୍ଠିତ ହୋଇଥାଏ । ଭାଗବତ ମହାଯଜ୍ଞ, ରୂଦ୍ର ମହାଯଜ୍ଞ, ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥାଏ ।

ବାଲସିଙ୍ଗା ହରିହର କ୍ଷେତ୍ର ର ପଞ୍ଚାୟତ ସ୍ତରୀୟ ଏହି ଭାଗବତ ପାରାୟଣ କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ୟୋକ୍ତା ତୁଳାପଡାର ଗୁଣସାଗର ବାବାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, ଦୁର୍ଯ୍ୟୋଧନ ବାହୁକ ଓ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ବାହୁକ ପୂଜାକର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ।

ପରିଚାଳନା କମିଟିର ସଭାପତି ଭାବରେ ସନ୍ତୋଷ କୁମାର କଠାର, ସମ୍ପାଦକ ଭାବରେ କୁଳମଣି ବାଣୁଆ, ଉପସଭାପତି ପବିତ୍ର ନାଏକ, ସହସମ୍ପାଦକ ଲକ୍ଷ୍ମଣ ବାହୁକ, କୋଷାଧ୍ୟକ୍ଷ ଜଗବନ୍ଧୁ ମାଝୀ ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡ଼ିଛି।

ଏହି ଚାରି ମହାଯଜ୍ଞର ପରିଳନା ନିମନ୍ତେ ବଲସିଙ୍ଗା ସମେତ ଆଖପାଖ ଆଠ ଗୋଟି ଗ୍ରାମ ପଂଚାୟତର ଜନସାଧାରଣ ସାହାଯ୍ୟ ସହଯୋଗ କରିଥିବା ଜଣାପଡ଼ିଛି । ପରିଚାଳନା କମିଟି, ବରିଷ୍ଠ ନାଗରିକ ଓ ଯୁବ ପିଢୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ବ୍ୟାସ ଗଗନ ମିଶ୍ରଙ୍କ ଦ୍ଵାରା ପ୍ରତ୍ୟହ ସକାଳ ୭ ଘଣ୍ଟା ରୁ ଅପରାହ୍ନ ୪ ଟା ଯାଏଁ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମାନ ଭଞ୍ଜନ ବାଲ ବ୍ରହ୍ମଚାରୀ ବକ୍ତା ଭାବରେ କାର୍ଯ୍ୟ ସମ୍ପାଦନ କରିଥିବ ଜଣାପଡ଼ିଛି। ସନ୍ଧ୍ୟା ସମୟରେ ସାନ୍ଧ୍ୟ ଆଳତି ସାଙ୍ଗକୁ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ବାଲସିଙ୍ଗା, ତୁଳାପଡ଼ା, ବାଗପୁର, କୁରମେଲ, ବାରବନ୍ଧା ସମେତ ଆଠ ଗୋଟି ଗ୍ରାମ ପଞ୍ଚାୟତର ସହଯୋଗ କ୍ରମେ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମର ଯୁବପିଢୀ, ଜନସାଧାରଣ ଏବଂ ଭାଗବତ ସେବା ସଂସ୍କୃତି ଅନୁଷ୍ଠାନ ବାଲସିଙ୍ଗା ର ଯଜ୍ଞ ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କ ସହଯୋଗରେ ମଧ୍ୟରେ ଅନୁଷ୍ଠିତ ହେଉଛି ବାଲସିଙ୍ଗାର ପାରାୟଣ ମହୋତ୍ସବ- ୨୦୨୫। ନଦୀ ବାଲି ପଠାରେ ରୁଦ୍ର ଯଜ୍ଞ ହେଉଥିବା ବେଳେ ସମସ୍ତ ଯଜ୍ଞ କାର୍ଯ୍ୟ ନଦୀ ତଟରେ ଅନୁଷ୍ଠିତ ହେଉଥିବାରୁ ଏହି ଯଜ୍ଞକୁ ସ୍ଥାନୀୟ ଲୋକେ ବାଲିଯାତ୍ରା ବୋଲି ମଧ୍ୟ କହୁଥିବା ଜଣାପଡିଛି ।ଗତ ୧୪ ସନ୍ଧ୍ୟାରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ସମାପନ ହୋଇ ସାରିଥିବା ବେଳେ ଏବେ ୧୬ ପ୍ରହର ନାମଯଜ୍ଞ ଚାଲିଛି।ଏହି ନାମଯଜ୍ଞ କାର୍ଯ୍ୟକ୍ରମ ରେ ଗତକାଲି ୧୫/୩ ରୁ ୧୬ ପ୍ରହର ନାମଯଜ୍ଞ ମଧ୍ଯ ଚାଲିଛି। ନାମଯଜ୍ଞ ନିମନ୍ତେ ୧୪/୩ ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ସୋମବାର ଏହାର ପୂର୍ଣ୍ଣାହୁତି ପଡିବ ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.