ସୋନପୁର ବିବେକାନନ୍ଦ ନଗରରେ ହୋଲି ଉତ୍ସବ ପାଳନ

ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ବିବେକାନନ୍ଦ ନଗର ଠାରେ ହୋଲି ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିବଙ୍ଗତ ଆତ୍ମା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଏକ ନିଆରା ଢଙ୍ଗରେ ପାଳନ ହୋଇଯାଇଛି। ଦୀର୍ଘ ୧୯ ବର୍ଷ ଧରି ଖୁବ୍ ଧୁମ୍ ଧାମରେ ପାଳିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମରେ କଲୋନୀ ର ସମସ୍ତ ପରିବାର ସଦସ୍ୟ ମିଶି ରଙ୍ଗ ଖେଳ ସହିତ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ୍ ହୁଅନ୍ତି। ରଙ୍ଗ ଖେଳ ସହିତ କଲୋନୀ ର ଛୋଟ ଛୋଟ ପିଲା ଓ ଅଭିଭାବକ ଙ୍କୁ ନେଇ ସନ୍ଧ୍ୟା ରେ ନାଚ ଗୀତ ଓ ମ୍ୟୁଜିକ୍ ଚେଆର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଥମେ ବରିଷ୍ଠ ସଭ୍ୟ ସୁଧାଂଶୁ ମିଶ୍ର, ଡ.ସୁଶୀଲ ପଧାନ, ପ୍ରାକ୍ତନ ପ୍ରଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହି ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଶୁଭାରମ୍ଭ କରଯାଇଥିଲା। କଲୋନୀ ର ଦିବଂଗତ ଆତ୍ମା ଙ୍କ ପ୍ରତି ସାମୁହିକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଦ୍ଘୋଷିକା ସୁଶ୍ରୀ ଅଭିଜ୍ଞା ପଣ୍ଡା ଖୁବ୍ ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। କମିଟିର ବରିଷ୍ଠ ସଦସ୍ୟ ମାନଙ୍କ ତତ୍ଵାବଧାନରେ କାର୍ଯ୍ଯକ୍ରମ କୁ ସଫଳ କରଯାଇଥିଲା ବେଳେ ପବିତ୍ର ନେଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.