କାମଠଣା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନିର୍ଦେଶ ପ୍ରକାରେ ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧମୁଣିପଙ୍ଗା ପଞ୍ଚାୟତ ଅଧିନସ୍ତ କାମଠଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଏହି ଉତ୍ସବରେ ଧମୁଣିପଙ୍ଗା କ୍ଲୋଷ୍ଟର ଶିକ୍ଷା ତଦାରଖକାରୀ ଅନିରୁଦ୍ଧ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ହାତୀମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ ପାଣିଗ୍ରାହି,ସହକାରୀ ଶିକ୍ଷକ ନିରାକାର ସାହୁ,ଖବର ଦାତା ପଦ୍ମନ ଭତ୍ରା ଉପସ୍ଥିତ ରହିଥିଲେ | ଏହି ପରିପ୍ରେକ୍ଷୀରେ ୱାର୍ଡ ମେମ୍ବର କାମେଶ କୁନାକା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ କୌଶଲ୍ୟା ଙ୍କ ଅଧକ୍ଷତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗେସ ବାଗ ବାର୍ଷିକ ବିବରଣୀ ପାଠରେ ବିଦ୍ୟାଳୟଟି ୧୯୭୧ ରେ ସ୍ଥାପିତ ହୋଇ ଆଜି ପର୍ଯ୍ୟନ୍ତ ଚାଲିଥିବା ବେଳେ ବିଦୂତ ସଂଯୋଗ ନ ଥିବାରୁ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଉଥିବା କହି ରମେଶ କୌଶଲ୍ୟାଙ୍କ ଝିଅ ପରି କୌଶଲ୍ୟା ବିଦ୍ୟାଳୟର ଭଲ ଛାତ୍ରୀ ଓ ପ୍ରଥମ ଥର ସ୍ବର୍ଗତ ଦାନା କୁନାକାଙ୍କ ପୁତ୍ର ଅଶମନ୍ତ କୁନାକା ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଡ଼ିବା ପାଇଁ ମୋନନିତ ହୋଇଥିବା କହିଛନ୍ତି | ଶ୍ରୀ ପାଣିଗ୍ରାହି ସୁନ୍ଦର ଭିତରେ ରହିଥିବା ସୂ କର୍ମ ଓ କୁ କର୍ମ କୁ ନେଇ ଅତି ସୁନ୍ଦର ଭାବେ ଏକ ଚିତ୍ର କାରଙ୍କ ଗୋପ ଏବଂ ଏକାଗ୍ରତା ସାହାସିକତା ଓ ସତ୍ୟବାଦୀତା କୁ ନେଇ ଆମେରିକା ରାଷ୍ଟ୍ରପତି ଅବ୍ରାହାମ ଲିଙ୍କନ ଙ୍କ ଛୋଟ ବେଳର କାହାଣୀ କୁ ଗୋପ ମାଧ୍ୟମରେ ବୁଝାଇଥିଲେ | ମୁଖ୍ୟ ଅତିଥି ବର୍ତମାନ ଚାଲିଥିବା କ୍ରିକେଟ ଖେଳର ଉଦାହରଣ ମୂଳକ ବକ୍ତବ୍ୟ ଦେଇ ଛାତ୍ର ଛାତ୍ରୀ ଙ୍କୁ ଗରିବି ରୁ କିପରି ଆଗକୁ ଯାଇହେବ ତାହା ବୁଝାଇ ଥିଲେ ବିଦ୍ୟାଳୟ ର ଶିକ୍ଷକ ଓ ଦୁଇ ଛାତ୍ର ଙ୍କୁ ଆଶୀର୍ବାଦ ଅର୍ପଣ କରିଥିଲେ | ଶେଷରେ ଏଠାକାର ଛାତ୍ର ଛାତ୍ରୀ ଙ୍କୁ ନେଇ ଆୟୋଜିତ ବିଭିନ୍ନ ଖେଳ ଓ ନୃତ୍ୟ ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.