ଦୂରଦର୍ଶନରେ ପ୍ରସାରିତ ହେଲା କୁମ୍ଭାରୀ ସ୍ୱାଗତ ସେବା ସଙ୍ଘ କଳାକାରଙ୍କ ଦ୍ୱାରା ପରିବେଷିତ ନାଟକ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ କୁମ୍ଭାରୀ ଗାଁର ସ୍ୱାଗତ ସେବା ସଙ୍ଘ ଦ୍ୱାରା ପ୍ରଯୋଜିତ ନାଟକ ‘ଚାଷୀର ଭରସା’ ସମ୍ବଲପୁର ଦୂରଦର୍ଶନରେ ପ୍ରସାରିତ ହୋଇ ବହୁ ପ୍ରଶଂସିତ ହୋଇଛି | ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟବସ୍ତୁ ଉପରେ ଆଧାରିତ ଏହି ନାଟକଟି ଅନନ୍ତ ବଗର୍ତ୍ତୀ ରଚନା କରିଥିବା ବେଳେ ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି | ଝସକେତନ ରଣା, ବିଭୁତିଭୂଷଣ ପୋଢ଼ ନାଟକଟିର ନିର୍ଦ୍ଦେଶନା ଦେଇଛନ୍ତି | ସ୍ୱାଗତ ସେବା ସଙ୍ଘର କଳାକାର ଯୁଗୁଲାଲ ବଗର୍ତ୍ତୀ, ଫକୀର ଚରଣ ବଗର୍ତ୍ତୀ, ଶତ୍ରୁଘ୍ନ ରଣା, ବିଭୁତିଭୂଷଣ ପୋଢ଼, ସ୍ୱାଗତ ରଣା, ଅନନ୍ତ ବଗର୍ତ୍ତୀ, ଝସକେତନ ରଣା, ରୀନା ବୁଡ଼େକ, କଲ୍ୟାଣୀ ଭୁଏ, ମଧୁସ୍ମିତା ଚିରାଗୁନ ପ୍ରମୁଖ ଅଭିନୟର ପରାକାଷ୍ଠା ଦେଖାଇଛନ୍ତି | ହରିଶଙ୍କର ରଣା, ଶତ୍ରୁଘ୍ନ ରଣା, ବାବୁଲାଲ କଠାର, ଭଗବାନ ମିର୍ଦ୍ଧା ବାଦ୍ୟଯନ୍ତ୍ରରେ ସହାୟତା କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.