ସୁବର୍ଣ୍ଣପୁରରେ ଆର୍ଟ ଅଫ ଲିଭିଙ୍ଗର ଦ୍ଵିତୀୟ ହେପିନେସ୍ ପ୍ରୋଗ୍ରାମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରରେ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ପକ୍ଷରୁ ଦ୍ଵିତୀୟ ହେପିନେସ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଦ୍ଵାରା ୧୯୮୧ ମସିହା ରେ ସ୍ଥାପିତ ଆର୍ଟ ଅଫ ଲିଭିଙ୍ଗ ଏବେ ସମଗ୍ର ବିଶ୍ବରେ ୧୮୦ ଟି ଦେଶରେ ଏକ୍ଟିଭ ଅଛି। ହେପିନେସ୍ ପ୍ରୋଗ୍ରାମରେ ସୁଦର୍ଶନ କ୍ରିୟା ଶିଖା ଯାଉ ଥିବା ବେଳେ ସୁଦର୍ଶନ କ୍ରିୟାର ବହୁତ କିଛି ଉପକାରିତା ଓ ଫାଇଦା ରହିଛି। ଯେପରି କି ଚିନ୍ତା, ଡର, ଉଦାସୀନତା କମ୍ କରିବା ସହ ଏନର୍ଜି ଲେଭେଲକୁ ଏହା ବଢେଇ ଥାଏ ଏବଂ ଶୋଇବା ଚକ୍ରକୁ ଭଲ ରଖିଥାଏ ଓ ରୋଗ ପ୍ରତିଷେଧକ ଶକ୍ତିକୁ ଏହା ବଢେଇ ଥାଏ। ସୋନପୁର ଶାହ ଗେଷ୍ଟ ହାଉସରେ ଗତ ତିନି ଦିନ ଧରି ଶ୍ୟାମ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ରେ ହେପିନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ଭାଗ୍ୟଲକ୍ଷ୍ମୀ ବେହେରା ଓ ଅଭିଷେକ ପଲ କାର୍ଯ୍ୟକ୍ରମ କୁ ସଫଳର ସହ ତୁଲାଇଥିବା ବେଳେ ଏଥିରେ ତାଙ୍କୁ ସହଯୋଗ କରିଥିଲେ ସୁଶ୍ରୀ ସଂଗୀତା ପାତ୍ର। ସ୍ଥାନୀୟ ଜଣସାଧାରଣ ଙ୍କ ସହ ସୁଦୂର ରାୟପୁରରୁ ମଧ୍ୟ କିଛି ଲୋକ ଆସି ଏଥିରେ ଅଂଶଗ୍ରହଣ କରିଥିଲେ। ଏଥିରେ ୫୧ ଜଣ ନାମ ପଞ୍ଜିକରଣ କରି ବହୁତ୍ ଉତ୍ସାହର ସହ ହାପିନେସ ପ୍ରୋଗ୍ରାମରେ ଭାଗ ନେଇଥିଲେ। ଲୋକେ ଶାନ୍ତି, ଚିନ୍ତା ମୁକ୍ତ, ଶାନ୍ତ ଓ ଉତ୍ସାହରେ ଭରପୁର ଆନନ୍ଦ ନେଇ ଥିବାର ଲକ୍ଷ୍ୟ କରା ଯାଇଥିଲା। ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ଆହୁରି କରାଯିବାକୁ ଲୋକେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମଟି ବିଶ୍ଵ ହେପିନେଷ ସପ୍ତାହ ସମୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଜେ ଗୁରୁଦେବ ଶ୍ରୀ ଶ୍ରୀ ରବଶଙ୍କର ଲାଇଭ ଆସିବା ସହ ସମସ୍ତଙ୍କୁ ମାନସିକ ଶାନ୍ତି ପାଇଁ ସୁଦର୍ଶନ କ୍ରିୟା ଓ ସହଜ ସମାଧି ଧ୍ୟାନ କରିବାକୁ କହିଥିଲେ। ଲୋକଙ୍କ ଅନୁରୋଧକୁ ରକ୍ଷା କରି ଏପ୍ରିଲ୍ ମାସରେ ତୃତୀୟ ଥର ପାଇଁ ହେପିନେସ୍ ପ୍ରୋଗ୍ରାମ ଓ ସହଜ ସମାଧି ଧ୍ୟାନ, ରଖାଯିବାର ସ୍ଥିର କରାଯାଇ ଥିବା ଆର୍ଟ ଅଫ ଲିଭିଂ ତରଫରୁ ସୂଚନା ମିଳିଛି। ଇଚ୍ଛୁକ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ୭୦୦୮୧୨୬୦୭୦ ନମ୍ବରରେ ଯୋଗାଯୋଗ କରିବା ପାଇଁ ଆର୍ଟ ଅଫ ଲିଭିଂ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.