ସୋନପୁର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ଭି ପଢାଇ ଭି ତାଲିମ କାର୍ଯ୍ଯକ୍ରମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ବ୍ଲକ ସଭାଗୃହ ଠାରେ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ତିନି ଦିନିଆ ପୋଷଣ ଭି ପଢ଼ାଇ ଭି ତାଲିମ କାର୍ଯ୍ଯକ୍ରମ ଆରମ୍ଭ ହୋଇଯାଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଗରିକା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୋନପୁର ବ୍ଲକ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ସାହୁ ଉଦଘାଟନ କରିଥିଲେ। ଏହି ତାଲିମ କେନ୍ଦ୍ରରେ ସୋନପୁର ପୌର ପରିଷଦ, ହରଡ ଖୋଲ ଓ ନାରାୟଣପୁର ସେକ୍ଟରର ମୋଟ ୧୦୦ ଜଣ ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିବା ବେଳେ ଉକ୍ତ ସେକ୍ଟର ପରିଦର୍ଶିକା ସ୍ୱାଗତିକା ମିଶ୍ର, ରୋଜିଶ୍ମିତା ଭୋଇ ଓ ଜାନକୀ ସୁନା ତାଲିମ୍ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ। ପୋଷଣ ସଂଯୋଜକ ଶେଖ୍ ଜାଭେଦ ଅଖତର, ମମତା, ପିଏ ସାନନ୍ଦ କର୍ମୀ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ। କୁ -ପୋଷଣ ମୁକ୍ତ ଭାରତ ଗଢ଼ିବା ସହ ପ୍ରାକ୍ ବିଦ୍ୟାଳୟ ଶିଶୁ ଙ୍କ ସର୍ବାଙ୍ଗୀନ ବିକାଶ ଓ ଉଚ୍ଚ ମାନର ଶିକ୍ଷା ଗୁଣାତ୍ମକ ଶିକ୍ଷା ହେଉଛି ସରକାର ଙ୍କ ନୂତନ ଶିକ୍ଷା ନୀତି ଯୋଜନା ଓ ପୋଷଣ ଭି ପଢାଇ ଭି ର ମୁଖ୍ୟ ଉଦ୍ଦେଶ୍ୟ। ଏହା ସହିତ ଅପ୍ରେଲ ୧ ରୁ ୧୪ ତାରିଖ ଯାଏ ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଦ୍ୱିତୀୟ ଦିବସ ରେ ଆଜି ସୋନପୁର ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ ଅଙ୍ଗନ ୱାଡ଼ି କେନ୍ଦ୍ର ରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.