ନର୍ଲା ମେଡିକାଲ ପରିସରର ଶ୍ରୀରାମ ନବମୀର ପୂର୍ଣ୍ଣାହୂତି ପଡ଼ିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ରହିଥିବା ରାମ ମନ୍ଦିରରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ଶ୍ରୀରାମ ନବମୀ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଗତ ୩/୪ ରିଖ ସନ୍ଧ୍ୟାରେ ଏଥିପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ୪/୪ ସକାଳୁ ପୂଜା ଆରମ୍ଭ ହୋଇଥିଲା। ରବିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୁତି ପଡିଛି। କିଶୋର ଚନ୍ଦ୍ର ପାତ୍ର ଓ ତାଙ୍କ ଧର୍ମପତ୍ନୀ ବବିତା ପ୍ରଧାନ, ଫକୀର ଚରଣ ଭୋଇ ଓ ତାଙ୍କ ଧର୍ମପତ୍ନୀ ଭୁମିସୂତା ଭୋଇ ପୂଜା କର୍ତ୍ତା ଭାବରେ ଦାୟୀତ୍ବ ନିର୍ବାହନ କରିଥିଲେ। ମୁଖ୍ୟ ପୂଜକ ଭାବରେ ପଣ୍ତିତ ନରେଶ ପାଢୀ(ନୀଳା), ଶିବାଶିଷ ପାଢୀ ଓ ସତ୍ୟନାରାୟଣ ପାଣ୍ଡେ ସହଯୋଗୀ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ମେଡିକାଲ ଷ୍ଟାଫ ସବୀର କୁମାର ପଧାନ, ବିମଳ ଚନ୍ଦ୍ର ଦୀପ, ଭିପିଡିଟିଏମ ଦେବାଶିଷ ଭୋଇ, ଏସଟିଏସ ଅଜିତ ଆଚାର୍ଯ୍ୟ, ଅବିନାଶ ସାହୁ, ବ୍ଲକ ଆକାଉଣ୍ଟ ମ୍ୟାନେଜର ପ୍ରଶାନ୍ତ ରଣା, ନିତ୍ୟା, ଲୁହୁରା, ଗଣେଶ ଖାଡଙ୍ଗା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.