ସରିଆଁ ମଣ୍ଡଳ ବିଜେପି ପକ୍ଷରୁ ରୁପ୍ରାରୋଡରେ ଦଳର ପ୍ରତିଷ୍ଠା ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀରାମ ନବମୀ ଦିନ ଦେଶସାରା ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ନର୍ଲା ବ୍ଲକ ସରିଆଁ ମଣ୍ଡଳ ବିଜେପି ପକ୍ଷରୁ ରୁପ୍ରାରୋଡ ଠାରେ ଦଳର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କଳାହାଣ୍ଡି  ଜିଲ୍ଲା ସଭାପତି  ଯୁଗଳ କିଶୋର ପୋଢ ଯୋଗଦେଇ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଭାରତର ପ୍ରଗତି ପାଇଁ ସମସ୍ତେ ଆଜିର ଦିନରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ସହ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେବା ବୋଲି ଏହି ଅବସରରେ କହିଥିଲେ ଜିଲ୍ଲା ସଭାପତି ଶ୍ରୀ ପୋଢ। ଏହି ସମାବେଶରେ ବିଜେପିର ସରିଆଁ ମଣ୍ଡଳ ସଭାପତି ସଞ୍ଜୟ କୁମାର ମାଝୀ, ଭାରତୀୟ ଜନତା ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ସୁରେଶ କୁମାର ଭୋଇ, ମଣ୍ଡଳ ପ୍ରଭାରୀ ବିଷ୍ଣୁ ଚରଣ ବଡ଼ପଣ୍ଡା, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ବିକାଶ କୁମାର ଦତ୍ତା, ସାଧାରଣ ସମ୍ପାଦକ ରୁଦ୍ରାକ୍ଷ ସାହୁ, ଚିତ୍ରସେନ ଶବର, କପିଳାସ ସା, ଦିଲିପ କୁମାର ସା ତଥା ଜିଲ୍ଲା କାର୍ଯ୍ୟକର୍ତ୍ତା, ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ହିରୋ ହିରାଲାଲ ମହଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.