ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଶ୍ରୁପଡା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।

ରେଡ଼କ୍ରସ କାଉନସେଲର ତଥା ସମ୍ବଳ ଶିକ୍ଷକ ଗୋବିନ୍ଦ ବ୍ରହ୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧୀର କୁମାର ବିଷୀ ସଭାପତିତ୍ବ କରିଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନେତ୍ରାନନ୍ଦ ମାଝୀ, ଯୋଗ ପ୍ରଶିକ୍ଷିକା ମୈତ୍ରୀ ତ୍ରିପାଠୀ ଓ ବରିଷ୍ଠ ଅଙ୍ଗନୱାଡି କର୍ମୀ ବସନ୍ତମଞ୍ଜରୀ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସହିତ ସ୍ୱାସ୍ଥ୍ୟ ଓ ଏହାର ଯତ୍ନ ସମ୍ପର୍କ ରେ ଆଲୋଚନା କରିଥିଲେ।

ଶିକ୍ଷକ ଗୋବିନ୍ଦ ବ୍ରହ୍ମା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଯା ଜ୍ଞସେନୀ ମାଝୀ।

ଶିକ୍ଷକ ଧନଞ୍ଜୟ ମହାପାତ୍ର ଓ ସତ୍ୟରଞ୍ଜନ ଜେନା ବୈଷୟିକ ସହାୟତା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଂଚାସୀନ ଥିଲେ।

ପରେ ବିଦ୍ୟାଳୟ ପାର୍ଶ୍ୱ ଜାତୀୟ ରାଜପଥ ୨୬ ରେ ରେଡ଼କ୍ରସ ଜୁନିୟର ମାନେ ଶିକ୍ଷକ ତାରାକାନ୍ତ ଜେନା, ହେମନ୍ତ ପଧାନ, ରାମକୃଷ୍ଣ ବାରିକ, ଶିକ୍ଷୟତ୍ରୀ କରିସ୍ମା ସାଗର, ସୁଶ୍ରୀସ୍ମିତା ପ୍ରଧାନ, ଜ୍ୟୋତ୍ସ୍ନାମୟୀ ପୃଷ୍ଟି ଓ କର୍ମଚାରୀ ବିଶ୍ୱନାଥ ରଣା ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ପଥଚାରୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା, ଅଂଶୁଘାତ ପ୍ରତିକାର ଓ ସଡକ ସୁରକ୍ଷା ସମ୍ପର୍କିତ ପ୍ରଚାର ପତ୍ର ବଣ୍ଟନ ସହିତ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ତରଫରୁ ଆୟୋଜିତ ଏଭଳି ଜନସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.