୧୫ ବର୍ଷରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ; ଚତୁର୍ଥ ଦିବସ ମ୍ୟାଚ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟକୁ ଅତିଥି ଭାବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଭେଟରାନ ଫୁଟବଲ ଖେଳାଳୀ ତଥା ବିନିକା ଏନ୍ଏସି ର ପ୍ରାକ୍ତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ଆଶାରାମ ନାଏକ, ସ୍ବଚ୍ଛ ଭାରତ ସଂଗଠନ ସୋନପୁର-ମନମୁଣ୍ଡା ର ସଭାପତି ଶୟଦ୍ ଅଲିମୁଲ୍ ଇସଲାମ, ଚୌଧୁରୀ ବିଭାର ଯୋଗଦେଇ ମ୍ୟାଚକୁ ଉଦ୍ଘାଟନ କରି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଳକରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବାବେଳେ ଆଜିର ପ୍ରଥମ ମ୍ୟାଚ୍ ବିଏସଏ ଉଲୁଣ୍ଡା ଓ ରାମଧୂନ୍ “ବି” ମଧ୍ୟରେ ଅନୁଷ୍ଟିତ ସୋଇଥିବା ବେଳେ ରାମଧୂନ୍ କ୍ଳବ୍ “ଏ” ଓ ରାମଜୀ କ୍ଳବ୍ ନିମ୍ନା ମଧ୍ୟରେ ଦ୍ଵିତୀୟ ମ୍ୟାଚ ଓ ରାମଧୂନ୍ କ୍ଳବ୍ ସି ଓ ବିଏମପୁର ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ ରେ ୧-୦ ଗୋଲରେ ଉଲୁଣ୍ଡା ଦଳ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ୧-୦ ଗୋଲ ରେ ନିମ୍ନା ଦଳ ଓ ତୃତୀୟ ମ୍ୟାଚ ୧-୦ ଗୋଲରେ ରାମଧୁନ “ସି” ବିଜୟୀ ହୋଇଛି। ସମସ୍ତ ମ୍ୟାଚକୁ ମୁଖ୍ୟ ରେଫରୀ ଭାବେ ଅନିଲ ଭୋଇ, ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ, ଅନିଲ ଭୋଇ, ଅନିତା ମହାକୁଡ, ଖେଳ ପରିଚାଳନା କରିଥିଲେ। ଦିଲ୍ଲୀପ ପାତ୍ର ଓ ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥି ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଙ୍କ ସମେତ ଚନ୍ଦନ, ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.