ଗୋଲାମୁଣ୍ଡା ବ୍ଲକରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସ୍ୱାସ୍ଥ୍ୟ କାର୍ଡ ଲୋକାର୍ପିତ ହୋଇଯାଇଛି। କଟକର ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋର୍ଡି, ଉଛଲା, ମହାଳିଙ୍ଗ ଓ ଫରଙ୍ଗ ଠାରେ ଶୁଭାରମ୍ଭ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ, ବିଡ଼ିଓ ଶ୍ରୀଧର ପଣ୍ଡା, ମେଡିକାଲ ଅଧିକାରୀ ଅରବିନ୍ଦ ଦାସ, ବୋର୍ଡି ସରପଞ୍ଚ ସ୍ୱାଦି ପଟେଲ, ଖାଲିଆପାଲି ସରପଞ୍ଚ ଜିମୁତବାହାନ ହରପାଳ, ନାଏବ ସରପଞ୍ଚ ସୁମିତ୍ରା ପୁଟେଲ, ଡ଼.ସତ୍ୟ ନାରାୟଣ ମଲ୍ଲିକ, ଡ଼.ଆଶୁତୋଷ ଦାଶ, ଡ଼.ଅରବିନ୍ଦ ଦାଶ ପ୍ରମୁଖ ଯୋଗଦେଇଥିଲେ । ଏନେଇ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଲର ହିତାଧିକାରୀଙ୍କୁ ନୂତନ ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟବୀମା କାର୍ଡ ବଂଟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.