ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନରେ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ରେ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ମହା ସମାରୋହରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମନେ ଆଜିନ୍କିଆ ବାବୁରାଓ ଆଇ.ପି.ଏସ୍ , ଏସଡିପିଓ କଳାହାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଧାକାନ୍ତ ଛତ୍ରୀ ଡି.ଇ.ଓ କଳାହାଣ୍ଡି,ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ଚେୟାର ମ୍ୟାନ୍ ଶ୍ରୀଯୁକ୍ତ ଡି.ନାଗେଶ୍ଵର ରାଓ ,ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ମିଶ୍ର,ପର୍ପଲ୍ ଫିଲ୍ମ ଲ୍ୟାବସ୍ ର ପ୍ରତିଷ୍ଠାତା ଶ୍ରୀମତୀ ଶ୍ୱେତା ପରଖ ,ଜର୍ଜିଆ ରୁ ସୁଶ୍ରୀ ଆନା ଡୋବୋର୍ଜଗିନିଡଜେ,ଲିଥୁନିଆରୁ ସୁଶ୍ରୀ ରାସା ଓଜିଉନାଇଟେ,ୟୁକ୍ରେନରୁ ଶ୍ରୀ ଭୋଲୋଡିମିର୍ ପ୍ରିଟୁଲା, ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି . ଶ୍ୟାମ,ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର ,ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତି ଡି.ବିଜୟା ,ପରିଚାଳନା କମିଟି ସଦସ୍ୟା ଡି.ପଦ୍ମିନୀ,ସମାଚାର ଜଷ୍ଟ କ୍ଲିକ୍ ର ଦେବେନ୍ଦ୍ର ବିଶି,ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର,ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ,ପ୍ରମୁଖ ମଞ୍ଚାସୀନ ଥିଲେ ।ପ୍ରାରମ୍ଭରେ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି.ଶ୍ୟାମ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପର୍ପଲ୍ ଫିଲ୍ମ ଲ୍ୟାବସ୍ ର ପ୍ରତିଷ୍ଠାତା ତଥା ଶିଶୁ ଚଳଚ୍ଚିତ୍ର ନିର୍ମାତା ଶ୍ରୀମତୀ ଶ୍ୱେତା ପରଖ ଏହା ସମ୍ପର୍କରେ ବିଷଦ ବ୍ୟାଖ୍ୟା କରିଥିଲେ ।ଜିତେନ୍ଦ୍ର ମିଶ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ SIFFCY ଶିଶୁ ଚଳଚ୍ଚିତ୍ର ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।ଜର୍ଜିଆରୁ ସୁଶ୍ରୀ ଆନା ଡୋବୋର୍ଜଗିନିଡଜେ ଲିଥୁନିଆରୁ ସୁଶ୍ରୀ ରାସା ଓଜିଉନାଇଟେ, ୟୁକ୍ରେନରୁ ଶ୍ରୀ ଭୋଲୋଡିମିର୍ ପ୍ରିଟୁଲା ଶିଶୁ ଚଳଚ୍ଚିତ୍ର ସମ୍ପର୍କରେ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଡି.ନାଗେଶ୍ଵର ରାଓ ମାନବ ଜୀବନରେ ଚଳଚ୍ଚିତ୍ରର ଭୂମିକା ଓ ବିଶେଷ କରି ଶିଶୁମାନଙ୍କ ଉପରେ କିପରି ପ୍ରଭାବ ପକାଇଥାଏ ତାହା ବ୍ୟାଖ୍ୟା କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାବୁରାଓ ଚଳଚ୍ଚିତ୍ର ମଣିଷ ଜୀବନରେ କିପରି ପ୍ରଭାବ ପକାଇଥାଏ ତାହା ଆଲୋକପାତ କରିଥିଲେ । ଏହି ଉତ୍ସବ ଅବସରରେ କଳା ଗ୍ରାମ ଏକାଡେମୀ ନୂଆ ଦିଲ୍ଲୀ ରବି ରତ୍ନ ସାହୁ ,ରାଜ କୁମାର ସାହୁ ,ପୂର୍ଣ୍ଣିମା ସା ,ଜୁଲି ସା (ସାଧାରଣତନ୍ତ୍ର ଦିବସରେ ଅଂଶ ଗ୍ରହଣ କରି ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ) ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ଦୁଇ ଛାତ୍ରୀ ଜୁଲି ସା ଓ ପୂର୍ଣ୍ଣିମା ସାଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ସମସ୍ତ ଅତିଥିମାନଙ୍କୁ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା SIFFCY ସଂସ୍ଥା ତରଫରୁ ବିଶ୍ଵ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବର ମାସ୍କଟ ଉନ୍ମୋଚିତ ହୋଇ ଆନୁଷ୍ଠାନିକ ଭାବରେ ସମସ୍ତ ଅତିଥିମାନଙ୍କ ଦ୍ୱାରା କ୍ଲାବ୍ ବୋର୍ଡ କ୍ଲିକ୍ କରି ଚଳଚ୍ଚିତ୍ର ଶୁଭମୁକ୍ତି ହେଲା । ପରିଶେଷରେ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି ରାମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଳାହାଣ୍ଡିର ବହୁ ସଂଖ୍ୟକ ମାନ୍ୟଗଣ୍ୟ ବ୍ୟକ୍ତି,ବୁଦ୍ଧିଜୀବୀ, କଳାକାର , ପ୍ରେସ ଓ ମିଡ଼ିଆ ବନ୍ଧୁ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.