ଶ୍ରୀରାମଙ୍କ ରାଜ୍ୟାଭିଷେକ ସହ ଉଦ୍ଯାପିତ ହେଲା ହଜାରୀପଡାର ରାମଲୀଳା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଶୁର୍ଲା ହଜାରୀପଡା ଠାରେ ଦୀର୍ଘ ୧୪ଦିନ ଧରି ରାମଜୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ରାମଲୀଳା ଉଦଯାପିତ ହୋଇଯାଇଛି। ରାମ ମଣ୍ଡପଠାରେ ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀରାମଚନ୍ଦ୍ରଙ୍କ ଲୀଳାକୁ ନାଟକ ମାଧ୍ୟମରେ ରାମଜନ୍ମ ଠାରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା। ସମସ୍ତ ନାଟକ ଗୁଡିକ ରାମଜୀ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା।ଏହି ଯାତ୍ରାର ବିଶେଷତ୍ୱ ହେଉଛି ଏହାର ପରମ୍ପରା। ଅନୁଷ୍ଠାନର ବ୍ରତୀମାନେ ୧୪ ଦିନ ଧରି ଗୃହତ୍ୟାଗୀ ହେବା ସହିତ ଦିନକୁ ଗୋଟିଏ ଓଳି ଅନ୍ନ ଭକ୍ଷଣ କରିବା ଓ ସମସ୍ତ ସୁଖ ସୁବିଧାକୁ ତ୍ୟାଗ କରି ଭୂମିରେ ଶୋଇବା ସହ ନିଷ୍ଠାର ସହିତ ଯାତ୍ରାରେ ଅଭିନୟ ପ୍ରଦର୍ଶନ କରିଥାନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଅଯୋଧ୍ୟା ପୁରୀକୁ ଫେରିବା ସମୟରେ ଗାଁର ପ୍ରବେଶ ଦ୍ୱାରରେ ମହିଳାମାନେ ପୂଜାର୍ଚ୍ଚନା କରି ବାନ୍ଦାପନା କରିଥିଲେ। ଉକ୍ତ ପୂଜାର ପୂଜକ ଭାବେ ବୁଲୁ ଦାଶ ଥିବାବେଳେ କର୍ତ୍ତା ଭାବେ କୈଳାଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ କୁମୁଦିନୀ ସାହୁ, ରାମନବମୀ କମିଟିର ସଭାପତି ସୋମନାଥ ସାହୁ, ଉପସଭାପତି ସୁଶାନ୍ତ ସାହୁ, ସମ୍ପାଦକ ତ୍ରିଲୋଚନ ସାହୁ, ସହ ସମ୍ପାଦକ ଜଗନ୍ନାଥ ସାହୁ, କୋଷାଧକ୍ଷ  ଡମ୍ବରୁଧର ସାହୁଙ୍କ ସମେତ ହଜାରୀପଡ଼ର ସମସ୍ତ ଅଧିବାସୀବୃନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.