ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଦେହାନ୍ତ: ଅଞ୍ଚଳରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ସରପଞ୍ଚ ତଥା ନର୍ଲା ଅଞ୍ଚଳର ବିଶିଷ୍ଟ ସମାଜସେବୀ ପଦ୍ମଲୋଚନ ଜାଲଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହେଉଥିଲା। ବିଶାଖାପାଟଣାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବୁଧବାର ପୂର୍ବାହ୍ନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନର୍ଲା ବ୍ଲକ ଯାଦବ ସମିତିର ସମ୍ପାଦକ ଭାବେ କାର୍ଯ୍ୟ କରି ଆସିଥିବା ସ୍ବର୍ଗତ ଜାଲ ଜଣେ ସୁସଙ୍ଗଠକ ଓ ସମାଜସେବୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ମାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ସେ କାର୍ଯ୍ୟରତ ଥିବାବେଳେ ଅନେକ ଜନହିତକର କାର୍ଯ୍ୟ କରି ଯାଇଛନ୍ତି। ତାଙ୍କର ଧର୍ମପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତାଙ୍କ ବିୟୋଗରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଲ କିଶୋର ପୋଢ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଉଦ୍ୟୋଗପତି ସୁମିତ ଅଗ୍ରୱାଲ, ଧିରେନ୍ଦ୍ର ଖେତାନ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ସାଧାରଣ ସମ୍ପାଦକ ଅଜିତ କରୁଆଁ, ଉପସଭାପତି ଲିଙ୍ଗରାଜ କରୁଆଁ, ମାର୍ଗଦର୍ଶକ ଗିରିଧରୀ ଗଉଡ,ବିଜୁ ଛାତ୍ର ସଭାପତି ଅବିନାଶ ଠାକୁର, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ମନ୍ମୟ ଚାନ୍ଦ, ପ୍ରଦୀପ ନାଏକ, ସରୋଜ ବୁଦ୍ଧିଆ, ବିଷ୍ଣୁ ବଡ଼ପଣ୍ଡା, ମାଣ୍ଡେଲ ଗ୍ରାମ ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ନରହରୀ ଭୋଇ ଓ ଅନ୍ୟ ସମସ୍ତ କର୍ମଚାରୀ,ପ୍ରମୁଖଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.