ଅଜଣା ଗାଡି ଧକ୍କାରେ ନିଖୋଜ ବ୍ୟକ୍ତିଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୩ ଦିନ ତଳେ ନିଖୋଜ ଥିବା କୋକସରା ଥାନା କୁସୁମଖୁଣ୍ଟି ଗ୍ରାମର ବାସୁଦେବ ବେହେରାଙ୍କ ପୁଅ ଧନବଳ ବେହେରା(୫୦)ଙ୍କ ଜୁନାଗଡ଼ ଥାନା ଜାରିଙ୍ଗ ନିକଟ ଘଣ୍ଟବାହାଳୀ ଠାରେ  ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଜୁନାଗଡ଼ ଥାନା ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏବଂ ଜୁନାଗଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ସୂଚନା ଯେ, ମୃତ ଧନବଳ ବୁଧବାର ରାତିରୁ ନିଖୋଜ ହୋଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଶୁକ୍ରବାର ଧନବଳଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.