ମାର୍କେଟ ଗୃହ ଭଡ଼ା ଖିଲାପକାରୀଙ୍କୁ ସତର୍କ ନୋଟିସ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସଦର କଞ୍ଜାମେଣ୍ଡି ପଞ୍ଚାୟତ ଦ୍ୱାରା ପରିଚାଳିତ ହେଉ ଥିବା ମାର୍କେଟ କମ୍ପ୍ଲେକ୍ସର ଦୋକାନ ଗୃହ ଗୁଡ଼ିକ ଭଡ଼ା ସୂତ୍ରରେ ନେଇ ଚୁକ୍ତି ଅନୁସାରେ ଭଢା ଦେଉନଥିବା ହେତୁ ପଞ୍ଚାୟତ କର୍ତ୍ତୁପକ୍ଷ କଠୋର ହୋଇଛି। ଉକ୍ତ ପଞ୍ଚାୟତ ଅଧିନରେ କଞ୍ଜାମେଣ୍ଡି ଠାରୁ ନୂଆଗାଁ ବଜାର ପର୍ଯ୍ୟନ୍ତ ୫୪ ଟି ଗୃହ ରହିଛି। କିନ୍ତୁ ଅର୍ଦ୍ଧାଧିକ ଦୋକାନ ଗୃହ ବକେୟା ରଖି ପରିଶୋଧ କରୁନାହାନ୍ତି। ଏ ନେଇ ପଞ୍ଚାୟତ ପକ୍ଷରୁ ବାରମ୍ୱାର କର୍ମଚାରୀ ମାନେ ବକେୟା ମାଗୁଥିଲେ ମଧ୍ୟ ଠିକ୍ ସମୟରେ ଭଢା ଦେଉ ନଥିବା ଯୋଗୁଁ ସରପଞ୍ଚ ଗୁନୁଲତା ମଲ୍ଲିକ ଓ ଗ୍ରାମ ପଞ୍ଚାୟତ ନୀର୍ବାହୀ ଅଧିକାରୀ କେଶବ ଚନ୍ଦ୍ର କାମ୍ପ କ୍ଷୋଭ ପ୍ରକାଶ ସହିତ ଚରମ ପଦକ୍ଷେପ ଗ୍ରହଣ କରିବା ନିଷ୍ପତ୍ତି ନେଇଛନ୍ତି।ଏହାକୁ ନେଇ ପଞ୍ଚାୟତ କର୍ମଚାରୀ ବିଶିକେଶନ ନାୟକ ଓ ସୁନୀଲ କୁମାର ପ୍ରଧାନ ଖିଲାପକାରୀ ଦୋକାନ ଗୃହ ଗୁଡ଼ିକରେ ସାତ ଦିନ ଭିତରେ ବକେୟା ପରିଶୋଧ ନକଲେ ଗ୍ରାମ ପଞ୍ଚାୟତ ନୀୟମ ଅନୁସାରେ ଚୁକ୍ତିନାମା ନବିକରଣ ନକରି ରଦ୍ଦ କରାଯିବା ନୋଟିସ କାନ୍ଥ ଓ କବାଟରେ ଲଗାଇ ଗୃହ ଗ୍ରହିତାଙ୍କୁ ଅବଗତ କରାଇଛନ୍ତି। ତେବେ ବିଭିନ୍ନ ଅସୁବିଧା କାରଣରୁ ଭଢା ବାନ୍ଧି ପାରିନଥିବା ଖିଲାପକାରୀ ମାନେ ଦର୍ଶାଇଥିବା ବେଳେ ସାତ ଦିନ ପର୍ଯ୍ୟାପ୍ତ ହୋଇନଥିବାରୁ ଅଧିକ ଦିନ ପାଇଁ ଅପିଲ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.