ତୁନ ଗାଁରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

ନଳକୂଅ ଓ ସୋଲାର ପ୍ରକଳ୍ପରୁ ପର୍ଯ୍ୟାପ୍ତ ହେଉନି ପାନୀୟ ଜଳ

ବ୍ଲକ ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରି ସମସ୍ୟାର କରୁ ସମାଧାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କନ୍ଧାବୁଟୁରା ଗ୍ରାମ ପଞ୍ଚାୟତର ତୁନଗାଁରେ ଦେଖାଦେଇଛି ପାନୀୟ ଜଳ ସଂକଟ। ପାଣି ମୁନ୍ଦାକ ପାଇଁ ଲୋକେ ଡହକ ବିକଳ ହେଉଛନ୍ତି। ଗ୍ରାମର କନ୍ଦାବୁଟୁରା ଯିବା ଛକରେ ଏକ ସୈାର ଚାଳିତ ପାନୀୟ ଜଳ ପ୍ରକଳ୍ପ ରହିଛି। ଏହି ପାନୀୟ ଜଳ ପ୍ରକଳ୍ପ ଉପରେ ତୁନଗାଁର ପଟେଲପଡା, ରଣାପଡା ଓ ଜଗନ୍ନାଥ ମନ୍ଦିରପଡ଼ାର ଲୋକେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହି ପ୍ରକଳ୍ପରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନାହିଁ। ଘଣ୍ଟାଏ ଦୁଇ ଘଣ୍ଟା ଚାଲିଲେ ପାଣି ନିଅଣ୍ଟ ହେଉଛି। ଏମିତିକି ପାଣିରୁ ପୋକ ମଧ୍ୟ ବାହାରୁ ଥିବା ମହିଳା ମାନେ ପ୍ରକାଶ କରିଛନ୍ତି। ଗାଁ ଘୋର ପାନୀୟ ଜଳ ସଂକଟ ଦେଖାଦେଇଛି। ଫଳରେ ବ୍ଲକ ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରି ସମସ୍ୟା ସମାଧାନ ପାଇଁ ଦାବୀ କରିଛନ୍ତି ପଡ଼ାବାସୀ। ଏହି ୩ ପଡ଼ାର ପ୍ରାୟ ୭ଶହ ଲୋକ ଏହି ନଳକୂପ ଉପରେ ଭରସା କରିଥାନ୍ତି। ପାନୀୟ ଜଳ ସମସ୍ୟା ଦିଗରେ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଉ ନଥିବା ସରସ୍ପତୀ ପଟେଲ, ଡାଳିମ୍ବ ରାଉତ, ମୁକ୍ତା ମଞ୍ଜୁରୀ ନାଏକ, ଇନ୍ଦ୍ରା ପୁଝାରୀ ସମେତ ଗାଁ ମହିଳାମାନେ ଅଭିଯୋଗ କରିଛନ୍ତି। ଆଗକୁ ଜଳ ସମସ୍ୟାର ସମାଧାନ କରିବା ସହ ନିକଟରେ ଥିବା ନଳକୂପକୁ ମରାମତି କରିବା ପାଇଁ ଦାବି କରିଛନ୍ତି। ନଚେତ୍ ଆଗକୁ ଏହି ୩ ପଡାବାସୀଙ୍କ ପାଇଁ ଆହୁରି ଉତ୍କଟ ଜଳ ସମସ୍ୟା ଦେଖା ଦେବାର ଆଶଂକା ରହିଥିବା ଭଗବାନ ପଟେଲ, ଚମାର ପଟେଲ, ମଣ୍ଟୁ ନାଏକ, ପଦ୍ମମୁଖ ପଟେଲ, ହର ପ୍ରସାଦ ପୁଝାରୀ, ଅଭି ନାଏକ ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.