ମାଣ୍ଡେଲ-ପୂଜିପଦର ୧୬ ପ୍ରହର ନାମ ଯଜ୍ଞ ପାଇଁ କଲସ ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲର ୧୬ ପ୍ରହର ନାମଯଜ୍ଞ ପାଇଁ ମଙ୍ଗଳବାର ସଂଧ୍ୟା ସମୟରେ ମାଣ୍ଡେଲ-ପୂଜିପଦର ନାମଯଜ୍ଞ କମିଟିର ସଭାପତି କପିକେତନ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାନ୍ଦୁଲ ନଦୀ ପଠାରେ ପୂଜା ପାଠ କରିବା ପରେ ଶତାଧିକ ମହିଳା ଭକ୍ତ କଳସରେ ଜଳ ଭରି ଭବ୍ୟ କଳସ ଶୋଭାଯାତ୍ରାରେ ପୁଜିପଦର ଓ ମାଣ୍ଡେଲ ଗ୍ରାମ ପରିକ୍ରମା କରିବା ସହ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ। ଯଜ୍ଞ କର୍ତ୍ତା ଦମ୍ପତି ମନୋରମା ବାରିକ ଓ ବୃନ୍ଦାବନ ବାରିକ ବର୍ଦ୍ଧନୀ କଳସ ମୁଣ୍ଡେଇ ଶୋଭାଯାତ୍ରାର ସବା ଆଗରେ ଚାଲିଥିଲେ। ସଂଧ୍ୟା ୭ ଘଣ୍ଟା ସମୟରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ବୁଧବାର ସକାଳ ୭ ଘଣ୍ଟା ସମୟରେ ନାମ ଆରମ୍ଭ ହେବ ବୋଲି କମିଟି ସୂତ୍ରରୁ ଜଣାପଡିଛି। ନାମଯଜ୍ଞରେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ଅର୍ଜୁନ ମିଶ୍ର ପୁଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଜପକ ଭାବରେ ବିଷ୍ଣୁଚରଣ ବଡପଣ୍ଡା ଓ କଳ୍ପତରୁ ପାଢ଼ୀ ଜପକ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି। ତ୍ରୀନାଥ ମନ୍ଦିର କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ଭାବରେ ନାମଯଜ୍ଞ ପରିଚାଳନାରେ ସହଯୋଗ ରହିଥିବା ଜଣାପଡିଛି। ବୁଧବାର ଓ ଗୁରୁବାର ଦୁଇଦିନ ଅଖଣ୍ଡ ନାମ ଚାଲିବା ପରେ ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.