ରବୀନ୍ଦ୍ର ମଣ୍ଡପ ଠାରେ ପ୍ରଦର୍ଶିତ ହେଲା ନାଟ୍ୟଧାରାରେ ନାଟକ ‘ଜୟଯାତ୍ରା’

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୁଲ୍ୟରେ ଭୁବନେଶ୍ବରସ୍ଥିତ ରବିନ୍ଦ୍ର ମଣ୍ଡପଠାରେ “ନାଟ୍ୟଧାରା” ର ନାଟକ “ଜୟଯାତ୍ରା” ମଞ୍ଚସ୍ଥ ହୋଇଯାଇଛି। ଏହି ନାଟକକୁ ଭବାନୀପାଟଣାର ‘ସ୍ମାରକୀ ନାଟ୍ୟ ସଂସ୍ଥା’ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସମ୍ପାଦକ, ରାଜ୍ୟ ନିର୍ବାଚନ କମିଶନ ଶ୍ରୀ ସନ୍ତୋଷ କୁମାର ଦାଶ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ର. ସତ୍ୟବ୍ରତ ରାଉତ, ସଭାପତି ଓଡିଶା ନାଟ୍ୟ ସଙ୍ଘ ଶ୍ରୀ ମନୋଜ ପଟ୍ଟନାୟକ, ପୂର୍ବତନ ସଚିବ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଶ୍ରୀ ପ୍ରବୋଧ ରଥ, ସମ୍ପାଦକ ଓଡିଶା ନାଟ୍ୟ ସଂଘ ଶ୍ରୀ ଶୁଭକାନ୍ତ ପାଢୀ ଆଜି ଯୋଗ ଦେଇଥିଲେ।

କ୍ଷମତାର ମାୟା ବନ୍ଧନରେ ଲିପ୍ତ ଶାସକ ଭ୍ରଷ୍ଟ ଶାସନ କରି ବିକାଶ ନା ରେ ସାଧାରଣ ଜନତା ଉପରେ କରିଚାଲିଥିବ ଶାସନ। ଜନ ବିଦ୍ରୋହୀ ଆରମ୍ଭ ହେବ ଏବଂ ଶାସନକୁ ଆସିବ ଜୟଶଙ୍କର ବିଦ୍ରୋହୀ। ଯିଏ କୁଶାସନକୁ ସୁଶାସନରେ ପରିବର୍ତ୍ତନ କରିବାର ଦ୍ୱାହି ଦେଇ ଶାସନ ଭାର ସମ୍ଭାଳିବ ହେଲେ କ୍ଷମତାର ମାୟାରେ ସେ ମଧ୍ଯ ପ୍ରତ୍ୟେକ ପ୍ରତିଶ୍ରୁତିକୁ ଭୁଲି ବିକାଶକୁ ସେମିତି ପଙ୍ଗୁ କରି ଛାଡିଦେବ।

ଯୁଗଯୁଗ ଧରି କ୍ଷମତା ଥିଲା, ରହିଛି ଆଉ ରହିଥିବ ପ୍ରତ୍ୟେକ ଶାସକର ମୁକୁଟରେ କଳି ଭଳି। ଏହି ବାର୍ତ୍ତା ସହ ସ୍ମାରକୀ ନାଟ୍ୟ ସଂସ୍ଥା ଦ୍ଵାରା ପରିବେଷଣ ହୋଇଥିଲା ନାଟକ ‘ଜୟଯାତ୍ରା’।

ଏହି ନାଟକକୁ ବରିଷ୍ଠ ନାଟ୍ୟକାର ମନୋଜ ରଥ ରଚନା କରିଥିବାବେଳେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଶୁଭେନ୍ଦୁ ମହାପାତ୍ର, ସୌରଭ ମହାପାତ୍ର, ଅନିଲ କୁମାର ବୈଠାରୁ, ଅବିନାଶ ଅଗସ୍ତି, ପ୍ରିୟଙ୍କା ପଟ୍ଟନାୟକ, ଶୁଭାଶିଷ ମହାପାତ୍ର, ଅମରେନ୍ଦ୍ର ମହାନ୍ତି, ଶିବଶକ୍ତି ପୁରୋହିତ, ଆର୍ଯ୍ୟା ନାୟକ, କେ ଗୋପୀଧର ନାୟର୍, ତ୍ରିନାଥଶ୍ଯାମ କୁମାର, ହେମନ୍ତ ଦଣ୍ଡସେନା ପ୍ରମୁଖ ଅଭିନୟ କରିଥିଲେ।

ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାଷ ପଟ୍ଟନାୟକ। ରୂପ ସଜ୍ଜା କରିଥିଲେ ପ୍ରତାପଚନ୍ଦ୍ର ପଣ୍ଡା। ଆଲୋକ ସଞ୍ଚାଳନ ସୌମ୍ୟ ରଞ୍ଜନ ଜେନା କରିଥିବାବଳେ ମଞ୍ଚ ସଜ୍ଜା କରିଥିଲେ ଆଶୁତୋଷ ପୁରୋହିତ। ଉଭୟ ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ଶୁଭକାନ୍ତ ପାଢୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.