ସଂସ୍କୃତ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ରେଙ୍ଗାଳପାଳି ପଞ୍ଚାୟତ ଡଙ୍ଗରୀଗୁଡା ଇନ୍ଦ୍ରାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୁତ ଶିକ୍ଷକ ତଥା ଜାତୀୟ ସ୍ତରୀୟ ସ୍କାଉଟ ଗାଇଡ଼ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କ ଉଦ୍ଦେଶ୍ୟରେ ଶନିବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ କୃପାସିନ୍ଧୁ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ତଥା ବିଦ୍ୟାଳୟ କମିଟି ସଭାପତି ଅନିରୁଦ୍ଧ ପାତ୍ର, ରେଙ୍ଗାଳପାଳି ସରପଞ୍ଚ ପଦ୍ମିନୀ ପାତ୍ର, ନାଏବ ସରପଞ୍ଚ ଅଶୋକ ଭୋଇ, କେତନ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ କିରାଣୀ ଆଦିତ୍ୟ ବେହେରା, ପରମେଶ୍ୱର ବାଗ, ହୀରାଲାଲ ସରାଫ, ଚତୁର୍ଭୁଜ ମାଝୀ, ସାମ୍ବାଦିକ ହିରଣ୍ୟ ବେହେରା, ଅବସରପ୍ରାପ୍ତ ସେବକ ବନମାଳୀ ବାଗ, ବଣକୁ ଭୋଇ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀପଣ୍ଡାଙ୍କ ଏହି ବିଦ୍ୟାଳୟ ପାଇଁ ରହିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ, ଏବଂ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଏହି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆଜି ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଶାସନିକ ସ୍ତରରେ ସୁନାମ ଅର୍ଜନ କରିଥିବା ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ। ମଞ୍ଚକୁ ଶିକ୍ଷକ ହରେଶ କୁମାର ପାନ ପରିଚାଳନା କରିଥିଲେ। ଶିକ୍ଷକ ଗୋକୁଳାନନ୍ଦ କଲାରୀ, ଗୁଣନିଧି ବାଗ, ଋତୁରାଜ ଶବର, କୁଳମଣି ରୋତି, ରଞ୍ଜନ ଛତ୍ରିଆ, ଅଜୟ ସରାଫ, ଯତୀନ କୁମାର ସାହୁ, ଶିକ୍ଷୟତ୍ରୀ ରିକ୍ସ୍ନା ପ୍ରଧାନ, ଭାଗ୍ୟସେନୀ ପଟେଲ, ପ୍ଲାବିନୀ ନାଏକ, ସେବକ ଜଗଦୀଶ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ଛାତ୍ରଛାତୀ ମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.