ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଝିମନପାଲି ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ବିଆରସିସି ନାରାୟଣ ଭୋଇଙ୍କ ଅଧ୍ୟକ୍ଷତା ତଥା ସିଆରସିସି ପ୍ରମୋଦ କୁମାର ବୁଡ଼େକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଇଓ ଦିଲ୍ଲୀପ କୁମାର ଯୋଶୀ ମୁଖ୍ୟ ଅତିଥି, ଏବିଇଓ ନରେନ୍ଦ୍ର ସାହୁ, ଏସଓ ଅର୍ଜୁନ ପାଣିଗ୍ରାହୀ, କରମତଲା ସରପଞ୍ଚ ତିଳୋତ୍ତମା ବାଗ, ସମିତି ସଭ୍ୟା ଦହି ଭୋଇ, ଏସଏମସି ସଭାପତି ପର୍ଶୁରାମ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଜୀବର୍ଦ୍ଧନ ମେହେର, ଦୁର୍ଯ୍ୟୋଧନ ସେନାପତି, ବସନ୍ତ କୁମାର ବୁଡ଼େକ, ବିପିନ ବିହାରୀ ବୁଡ଼େକ, କୁମୁଦ ରଞ୍ଜନ ମେହେର, ବୀରେନ୍ଦ୍ର ଭୁଏ, ଘନଶ୍ୟାମ ବେହେରା, ଗଙ୍ଗାଧର ପୋଢ଼, ଦେବାନନ୍ଦ ମହାକୁର, ଏକାମ୍ର ହେମ୍ବ୍ରମ, ଅନନ୍ତ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ | ପୂର୍ବତନ ସିଆରସିସି କରୁଣାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.