ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସଦଭାବନା ଗୃହ ଠାରେ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବାଲ୍ୟ ବିବାହ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ ଜିଲାପାଳ ରମେଶ କୁମାର ଜେନା ନୋଡାଲ ପ୍ରୋଗ୍ରାମ ଅଧିକାରୀ ଭାବେ ଯୋଗଦେଇ ବାଲ୍ୟ ବିବାହକୁ କିଭଳି ସମ୍ପୂର୍ଣ ରୂପେ ନିଷେଧ କରାଯାଇପାରିବ ତାହାରି ଦିଗରେ ଥିବା ସମସ୍ୟା ଓ ଏହାର ସମାଧାନ ବିଷୟରେ ଆଲୋକପାତ କରିଥିଲେ । ବିଡ଼ିଓ ମନୀଷା ଦାସ, ବ୍ଲକ ଅଧ୍ୟକ୍ଷ୍ୟ ଅମ୍ରିତା କାଡ୍ରାକା, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶୈଳଜା ଦାସ, ଡାକ୍ତର ଅନୁଭବ ସାହୁ, ଦିବାକର ପରିଛା, ପ୍ରମୁଖ ଉପସ୍ଥିତ ରହିଥିଲେ । କ’ଣ ସବୁ ପଦକ୍ଷେପ ନିଆଯାଉଛି ସେହି ବିଷୟରେ ଉପସ୍ଥିତ ସଦସ୍ୟାଙ୍କୁ ବୁଝାଇଥିଲେ । କର୍ମଶାଳାରେ ଯୋଗଦେଇ ବାଲ୍ୟବିବାହକୁ ସମାଜରୁ ମୂଳ ଉତ୍ପାଟନ କରିବା ପାଇଁ ଆବଶ୍ୟକ ସଚେତନତା କରାଯିବା ସହ ଦୃଷ୍ଠାନ୍ତ ମୂଳକ ପଦକ୍ଷେପ ନେଇ ଅପରାଧିଙ୍କୁ ଉଚିତ ଦଣ୍ଡ ବିଧାନ କରିବା ନିମନ୍ତେ ନିଜ ନିଜ ବକ୍ତବ୍ୟ ଦେଇଥିଲେ । ଶିଶୁ ବିକାଶ ଅଧିକାରୀ ତଥା ମାଝୀଗୁଡା ସୁପ୍ରଭାଇଜର ବି ଜୟଲକ୍ଷ୍ମି କର୍ମଶାଳାର ଉଦ୍ଦେଶ୍ୟ ଏବଂ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ୍ କରିଥିଲେ । ଉକ୍ତ କର୍ମଶାଳାରେ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମଚାରୀ, ଅଙ୍ଗନୱାଡି କର୍ମୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ । କର୍ମଶାଳା ମିଶନ ଶକ୍ତି ବ୍ଳକ ପ୍ରକଳ୍ପ ସଂଯୋଜକ ପରିଚାଳନା କରିଥିବା ବେଳେ ସମନ୍ବିତ ଶିଶୁ ବିକାଶ ମଣ୍ଡଳ ପରିଦର୍ଶିକା, ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା କର୍ମଶାଳା ଟିକୁ ସମାପ୍ତ କରିଥିଲେ ।





