କାଙ୍କେରୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବିଶ୍ଵ ପରିବେଶ ଦିବସ ଅବସରରେ ମା ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ତରଫରୁ ଏକ ସଚେତନତାମୂଳକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଂଘର ସଭାପତି ମହେଶ୍ବର ସୁନାନୀଙ୍କ ପରିଚାଳନା ଳରେ ପୋଖରୀ ହୁଡ଼ା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସଭାପତି ଛବିଲାଲ ଜଗତଙ୍କ ସହ ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଧୀର ଜଗତ, ଉପେନ୍ଦ୍ର ଜଗତ ଓ ବହୁ ସଂଘ ସଦସ୍ୟ ଯୁବକମାନେ ଉପସ୍ଥିତ ରହି ସ୍ୱେଚ୍ଛାରେ ସହଯୋଗ କରିଥିଲେ। ସେମାନେ ଗଛ ଲାଗାଇ ପରିବେଶ ସୁରକ୍ଷା ପାଇଁ ଏକ ଦୃଢ଼ ସନ୍ଦେଶ ଦେଇଛନ୍ତି। ସଂଘ ପକ୍ଷରୁ ଆଗାମୀ ଦିନରେ କାଙ୍କେରୀର ମୂଖ୍ୟ ରାସ୍ତା ଓ ଡଙ୍ଗର ଅଞ୍ଚଳଗୁଡ଼ିକରେ ମଧ୍ୟ ବୃକ୍ଷ ରୋପଣ କରି ଗାଁକୁ ସବୁଜ ଓ ସୁନ୍ଦର କରିବା ପାଇଁ ଆହ୍ୱାନ ଦିଆଯାଇଛି। ସଂଘର ଏହି ପଦକ୍ଷେପ ପ୍ରଶଂସନୀୟ ଓ ଅନୁକରଣୀୟ ବୋଲି ଅନେକେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.