ଧାନ ଫସଲ କ୍ଷୟକ୍ଷତିର ବୀମା ଯୋଗାଇବାକୁ ବିକ୍ଷୋଭ ସହ ଦାବୀପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ରାମପୁର ଅଞ୍ଚଳରେ ଏହାର କ୍ଷତି ପୂରଣ ଓ ଇନ୍ସୁରେନ୍ସ କମ୍ପାନୀର ମନମାନି ବିରୁଦ୍ଧରେ ଆଜି ଚାଷୀ ସଂଗଠନ ସଭାପତି ଉମେଶ ପୁଝାରୀଙ୍କ ନେତୃତ୍ଵରେ ରାମପୁର ଠାରେ ଅଞ୍ଚଳର ଶତାଧିକ ଚାଷୀ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏ ରାସ୍ତା ଅବରୋଧ ପାଇଁ ଏସପି, ରାମପୁର ଆଇଆଇସି ଓ ସ୍ଥାନୀୟ ତହସିଲଦାର ଙ୍କୁ ପୂର୍ବରୁ ଲିଖିତ ଆକାରରେ ଚାଷୀ ସଂଗଠନ ଜଣାଇଥିଲେ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ପ୍ରାଥମିକ ସେବା ସମବାୟ ସମିତିର ବିଭିନ୍ନ ଚାଷୀ ସଂଗଠନର ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇ ତହସିଲଦାରଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଧାନ ଫସଲ କ୍ଷୟ କ୍ଷତିର ଆକଳନ ସହ ଏହାର ଉଚିତ ପ୍ରାପ୍ୟ ପାଇଁ ସରକାରଙ୍କୁ ରିପୋର୍ଟ୍ ପ୍ରଦାନ, ବୀମା ଓ ଇନପୁଟ ସବସିଡି ପ୍ରଦାନ, ଓ ଟୋକନ ଅବଧିକୁ ସାତ ଦିନ ବୃଦ୍ଧି କରିବା ଦାବୀ ନେଇ ଚାଷୀ ମାନେ ରାମପୁର ଠାରେ ରାସ୍ତାରୋକ୍ ସହ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ସୁବର୍ଣ୍ଣପୁର ସିଡିଏଓ, ଏଡିଏଓ, ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳକୁ ପହଞ୍ଚିବା ସହ ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରି ଆସନ୍ତା ୮ ତାରିଖ ଦିନ ଏହି ବିଷୟ ରେ ଆଲୋଚନା କରି ସମସ୍ୟା ସମାଧାନ କରିବୁ ବୋଲି ଲିଖିତ ପ୍ରତିଶୁତି ଦେବା ପରେ ଆନ୍ଦୋଳନ କାରୀ ଧାରଣାରୁ ଉଠିଥିଲେ l ପରେ ଅପରାହ୍ନରେ ରାସ୍ତାରେ ଯାନ ବାହନ ସ୍ଵାଭାବିକ ଭାବରେ ଚଳ ପ୍ରଚଳ କରିଥିଲା l ୮ ତାରିଖ ରେ ସମସ୍ୟା ର ସମାଧାନ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚାଷୀ ନେତା କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.