ମାନଝରି ଠାରେ ସାହୁ ସମାଜ ଭବନ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ହଳଦିଆ ତୈଳିକ ସାହୁ ସମାଜ ଭବନ ଉଦଘାଟିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ଭବନର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଏହି ସମାଜର ସମସ୍ତ ଗ୍ରାମ୍ୟ କମିଟି, ଆଞ୍ଚଳିକ ଚକ ସଭାପତି ଓ ସମାଜର ବୈଜେଷ୍ଠ ବ୍ୟକ୍ତି ମାନଙ୍କୁ ଔପଢକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପଡୋଶୀ ବଲାଙ୍ଗୀର ଜିଲ୍ଲା ସମେତ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ହଳଦିଆ ତୈଳିକ ସାହୁ ସମାଜର ଲୋକେ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସୁଶୀଲ କୁମାର ସାହୁ, ଜୟନ୍ତୀଲାଲ ସାହୁ, ଦୀପଚାନ୍ଦ ସାହୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ ସାହୁ, ଯଶୋବନ୍ତ ସାହୁ, ଓମପ୍ରକାଶ ସାହୁ, ଧବଳେଶ୍ବର ସାହୁ ପ୍ରମୁଖ ଯୋଗଦେଇଥିଲେ । ମାନଝରୀ ସାହୁ ସମାଜର ସଭାପତି ରାମସିଂ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମନୋହର ସାହୁ, ପଙ୍କଜ ସାହୁ, ହୃଦାନନ୍ଦ ସାହୁ, ଅର୍ଜୁନ ସାହୁ, ନିଳାମ୍ବରି ସାହୁ, ଭୀମ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.