ଉଚ୍ଚଳାରେ କଳାହାଣ୍ଡି ଓରମାସ ତରଫରୁ ମାଟି ପାତ୍ର ନିର୍ମାଣ ସମ୍ବନ୍ଧୀୟ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଓରମାସ୍ ତରଫରୁ ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଚଳା ଗ୍ରାମ ଠାରେ ବୈଦ୍ୟୁତିକ ଯନ୍ତ୍ର ଚାଳିତ ଚକ ସାହାଯ୍ୟରେ ମାଟି ପାତ୍ର ନିର୍ମାଣ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ତଥା ଖଦି ଓ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ର ଅତିରିକ୍ତ ନିର୍ଦ୍ଦେଶକ ଅନୁପ କୁମାର ଭୂୟାଁ, ଏବଂ କନିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ବିଦ୍ୟୁତ ଯନ୍ତ୍ର ଚାଳିତ ଚକ କିଭଳି ବ୍ୟବହାର କରିବେ ସେ ବିଷୟ ପ୍ରାଞ୍ଜଳ ଭାବରେ ଉପସ୍ଥିତ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ କୁରାଳ ସମାଜ ର ସଭାପତି ଚକ୍ରଧର ନାଏକ ସଭାପତିତ୍ବ କରିଥିବା ବେଳେ ଠଣ ସୁନ୍ଦର ରଣା ଏବଂ କୃଷ୍ଣା ଚନ୍ଦ୍ର ରଣା ତାଲିମ ଶିକ୍ଷକ ଭାବରେ ଯୋଗଦେଇ ବିଦ୍ୟୁତ ଯନ୍ତ୍ର ଚାଳିତ ମାଟି ପାତ୍ର ନିର୍ମାଣ ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ଜଣ ହିତାଧିକାରୀ ଯୋଗଦେଇ ଥିବା ତାଲିମ ନେଉଥିବା ବେଳେ ୪୦ ଜଣ ହିତାଧିକାରୀଙ୍କୁ ବୈଦ୍ୟୁତିକ ଯନ୍ତ୍ର ଚାଳିତ ଚକ ମାଗଣା ରେ ପ୍ରଦାନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ଦଶ ଦିନ ପର୍ଯ୍ୟନ୍ତ ତାଲିମ ଦେବାର ବ୍ୟବସ୍ଥା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.