ପଛୁଆ ବର୍ଗ ମଞ୍ଚ କଳାହାଣ୍ଡିର କର୍ମକର୍ତ୍ତା ଚୟନ ଓ ସାମ୍ବାଦିକ ସମ୍ମିଳନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଅମଲା ଭବନ ଠାରେ ଆଜି ପଛୁଆ ବର୍ଗ (ଓବିସି) ମଞ୍ଚ କଳାହାଣ୍ଡିର କର୍ମକର୍ତ୍ତା ଚୟନ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ (ଓବିସି) ମଞ୍ଚ ଜିଲ୍ଲା ସଭାପତି ଭାବେ ଡମ୍ବରୁଧର ଲହଜଲ, କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାଖୁଡ, ଉପ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ବେଣୁଧର ଟୋଲଟିଆ, ଗୋଲାପ ଚନ୍ଦ୍ର ସାହୁ, ପ୍ରଦୀପ ନାଏକ, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବରାଡ, ସାଂଗଠାନିକ ସମ୍ପାଦକ ଡାକେଶ୍ୱର ଲହଜଲ, କୋଷାଧକ୍ଷ ଦିପ ଚାନ୍ଦ ସାହୁ, ସହ ସମ୍ପାଦିକା ରଶ୍ମି ରେଖା ରାଉତ, ବିରଞ୍ଚି ପ୍ରସାଦ ସରାଫ, ସଚ୍ଚିଦାନନ୍ଦ ସାହୁ, କାର୍ଯ୍ୟକାରୀ ସଦସ୍ୟା ସଙ୍ଗୀତ ଖର୍ସେଲ, ସଦସ୍ୟ ଲିଲାମ୍ବର ସାହୁ, ରଜନୀକାନ୍ତ ବିଶି, ନରହରୀ ବାଗ, କୀର୍ତ୍ତି ଚନ୍ଦ୍ର ଗଉଡ, ବିକାଶ ପ୍ରଧାନ ଅଙ୍କୁର ବାଗ, ଗିରିଧାରୀ ସାହୁ, ଉପଦେଷ୍ଟା ରୁପକେଶରି ଦଳାଇ, ବ୍ରଜ ମୋହନ ସାହୁ, ସିଦ୍ଧାର୍ଥ ନାଏକ, କୀର୍ତ୍ତନ ନାଏକ, ପ୍ରକାଶ ଚନ୍ଦ୍ର ନାଏକ, ଈଶ୍ୱର ପୁଝାରୀ, ଟିକଚନ ନାଗ, ମହେନ୍ଦ୍ର ନାଏକ, ଦିଲୀପ କୁମାର ମେହେର, ଜିଲ୍ଲା ଛାତ୍ର କୋଡ଼ିନେଟର ନୀଳାମ୍ବର ସାହୁ ଓ ମେଡିଆଲ ସେଲ କୋଡ଼ିନେଟର ତୁଳାମଣି ନାଗ, ଲକ୍ଷ୍ମୀ ରଞ୍ଜନ ବାଗ ମନ ମହନ ପ୍ରଧାନଙ୍କ ନାମ ଘୋଷଣା କରିଛନ୍ତି ଓବିସି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଦୁର୍ଗା ପ୍ରସାଦ ନାଏକ।
ଏବଂ  ଓବିସି ମାନଙ୍କୁ ଶିକ୍ଷା, ଚାକିରି ଓ ରାଜନୀତି କ୍ଷେତ୍ରରେ ୨୭% ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କି ଗତ ତ୍ରିସ୍ତରୟ ପଞ୍ଚାୟତରାଜ ନିର୍ବାଚନ ରାଜନୀତିରେ ପଛୁଆ ବର୍ଗଙ୍କୁ ଓଡ଼ିଶା ରାଜ୍ୟର ବିଜୁ ଜନତା ଦଳ ସରକାର ସଂରକ୍ଷଣ ଦେଇ ନ ଥିଲେ ବୋଲି ବିଜୁ ଜନତା ଦଳ ଲୋକ ସଭା ସାଂସଦ କିମ୍ବା ସରକାର କରି ପାରିଲା ନାହିଁ। ଯଦି ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭%ପ୍ରତିଶତ ସଂରକ୍ଷଣ ରାଜ୍ୟ ସରକାର ନ ଦେଲେ ସାରା ରାଜ୍ୟରେ ଓବିସି ମଞ୍ଚ ଓଡ଼ିଶା ପକ୍ଷରୁ ଭୟାଭୟ ଆନ୍ଦୋଳନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ପଛୁଆ ବର୍ଗ (ଓବିସି) ମଞ୍ଚ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.