କିଡ଼ିଙ୍ଗ ଗାଁରେ ଅଗ୍ନିବୀର ଯବାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯେଉଁ ଯବାନ ମାନଙ୍କ ପାଇଁ ଆମେ ନିଜକୁ ଗର୍ବିତ ମନେ କରୁଛୁ ଠିକ୍ ସେହି ସମୟରେ ଯେତେବେଳେ ବୀର ଯବାନ ନିଜ ଗାଁକୁ ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ଏକାଠି ହୋଇଛନ୍ତି ପରିବାର, ସାଙ୍ଗସାଥୀ ଓ ଗ୍ରାମବାସୀ। ଡିଜେ ବଜାଇ,କାନ୍ଧରେ କାନ୍ଧେଇ ମହାଆଡମ୍ବର ସହକାରେ ତାଙ୍କୁ ସ୍ବାଗତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡ଼ିଙ୍ଗ ଗ୍ରାମର ଲୋଚନ ଶବର ଓ ଲଳିତା ଶବରଙ୍କ ସାନ ପୁଅ ଚନ୍ଦ୍ର ଶବର ଭାରତୀୟ ଅଗ୍ନିବୀର ଯବାନ ଭାବେ ଚୟନ ହୋଇ ଦିର୍ଘ ୮ ମାସ ତାଲିମ ସାରିବା ପରେ ଆଜି ନିଜ ଗାଁ ନିଜ ଜନ୍ମଭୂମିକୁ ଫେରିଛନ୍ତି। ଆଜି ତାଙ୍କୁ ସ୍ବାଗତ କରିବା ପାଇଁ ପରିବାର, ସାଙ୍ଗସାଥୀ ଓ ଗ୍ରାମବାସୀ ପୁଷ୍ପ ମାଲ୍ଯ ଅର୍ପଣ କରି ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଅଗ୍ନିବୀର ଯବାନ ଚନ୍ଦ୍ର ଶବର ନିଜ ବନ୍ଧୁ ପରିଜନଙ୍କୁ ପାଇଁ ଭାବ ବିହ୍ୱଳ ହୋଇ ପଡିଥିଲେ। ତାଙ୍କୁ ଅତି ନିକଟରେ ପାଇ ପୁଷ୍ପ ମାଲ୍ଯ ଅର୍ପଣ ସହିତ ଆଲିଙ୍ଗନ ମଧ୍ୟ କରିଥିଲେ। ନୃତ୍ୟ ଓ ଡିଜେର ତାଳେ ତାଳେ ତାଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଚନ୍ଦ୍ର କହିଛନ୍ତି ଯେ ଦେଶ ମାତୃକାର ସେବା ପାଇଁ ପ୍ରତ୍ୟେକ ଯୁବକ ଭାରତୀୟ ସେନା ବାହିନୀରେ ଯୋଗଦେବା ଉଚିତ। ଦିନେ ନା ଦିନେ ସମସ୍ତେ ମୃତ୍ୟୁ ବରଣ କରିବା, ମାତ୍ର ଦେଶ ପାଇଁ ମରିବା ଠାରୁ ଗର୍ବ ଓ ଗୌରବ ଆଉ କଣ ହୋଇ ପାରେ। ସେ ନିଜକୁ ଧନ୍ୟ ମନେ କରନ୍ତି ଯେ ଆର୍ମି ଭଳି ଏକ ସମ୍ମାନ ସ୍ପଦ ବିଭାଗରେ ଯୋଗ ଦେଇଛନ୍ତି। ଏଣୁ ଯୁବସମାଜ ସମାଜକୁ ଅନୁରୋଧ କରିଥିଲେ, ଏହି ବିଭାଗରେ ଯୋଗ ଦେବା ପାଇଁ। ସେ ତାଙ୍କ ବାପା ଲୋଚନ ଶବର ଓ ମା’ ଲଳିତାଙ୍କୁ ଶତ ଶତ ବାର ପ୍ରଣାମ ଜଣାଇ ଧନ୍ୟବାଦ ଅର୍ପଣ କରିଛନ୍ତି। ତେବେ ଚନ୍ଦ୍ର ଏହି ଅଞ୍ଚଳର ଜଣେ ପ୍ରଥମ ଯୁବକ ମାତୃଭୂମିର ରକ୍ଷା ପାଇଁ ଅଗ୍ନି ବୀର ଯବାନରେ ଯୋଗଦେଇ ଅଞ୍ଚଳ ଗୌରବ ଆଣିଥିବା ବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.