୨୬ନଂ ଜାତୀୟ ରାଜପଥରେ ଜଗିଛି ଯମ !

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଓ ବୋରିଗୁମାକୁ ସଂଯୋଗ ହୋଇଥିବା ଜାତୀୟ ରାଜପଥ ୨୬ ସଇଁତଳା ଷ୍ଟେଟ ବ୍ୟାଙ୍କ ରାସ୍ତା ମଝିରେ ବଡ ଗାତ ହୋଇଥିବାରୁ ଯାତାୟାତରେ ଅନେକ ସମସ୍ୟା ଦେଖାଦେଇଛି। ଏହି ରାଜପଥରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ନିର୍ଭର କରନ୍ତି। ବଡ ବଡ ଯାତ୍ରୀବାହି ଗାଡି ସହ ଅନେକ ଆମ୍ବୁଲାନ୍ସ ଓ ଅନେକ ବଡ ବଡ ଟ୍ରକ ଏହି ରାସ୍ତା ଦେଇ ଯାଇଥାନ୍ତି। ତେବେ ବ୍ୟାଙ୍କ ଥିବାରୁ ଅନେକ ଲୋକେ ବାହାରରୁ ମଧ୍ଯ  ଆସିଥାନ୍ତି। ତେବେ ରାସ୍ତା ମଝିରେ ବଡ଼ ଗାତ ହୋଇଥିବାରୁ କିଛି ଦିନ ହେବ ଲୋକେ ଅନେକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ସ୍ଥାନୀୟ ଲୋକେ ଅନେକ ଥର ଜାତୀୟ ରାଜପଥ ବିଭାଗକୁ ଜଣାଇ ଥିଲେ ଶୁଦ୍ଧା କେହି ଅଧିକାରି କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ତେବେ ରାସ୍ତା ଟି ମରାମତି ପାଇଁ ସାଧାରଣରେ ଦାବି ହୋଇଛି। ଯଦି ରାସ୍ତା ଟି କମ ଦିନ ଭିତରେ ମରାମତି ନ ହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନର ରୂପ ନେବ ବୋଳି ସଇଁତଳାବାସୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.