ଭାରତୀୟ ଜନତା ପାର୍ଟି ସରିଆଁ ମଣ୍ଡଳର ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଘଣ୍ଟମାଲ ଠାରେ ମଙ୍ଗଳବାର ଦିନ ବିଜେପି ସରିଆଁ ମଣ୍ଡଳର ଏକ ପ୍ରସ୍ତୁତି ବୈଠକ ସଭାପତି ଚିତ୍ରସେନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ/ ଓଡ଼ିଶା ସଂକଳ୍ପ ସଭାର ଆୟୋଜନ ନେଇ ଆୟୋଜିତ ଉକ୍ତ ବୈଠକରେ ଦେଶର ଜଶସ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୧୧ ବର୍ଷ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ନେଇ ଆଲୋଚନା ହୋଇଥିଲା। ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ରାଜ୍ୟ ପରିଷଦ ସଦସ୍ୟ ସୁରେଶ କୁମାର ଭୋଇ, ଜିଲ୍ଲା ପ୍ରତିନିଧି ସଞ୍ଜୟ ମାଝୀ, ସାଧାରଣ ସମ୍ପାଦକ ତନୁ ମାଝୀ, କୃଷକ ମୋର୍ଚ୍ଚା ସଭାପତି ପ୍ରେମାନନ୍ଦ ମାଝୀ, ଏସସି ମୋର୍ଚ୍ଚା ସଭାପତି ବସନ୍ତ ତାଣ୍ଡି, ଉପସଭାପତି ନିଳାଞ୍ଚଳ ସିଂ ଠାକୁର, ଏସଟି ମୋର୍ଚ୍ଚା ସଭାପତି ହିରଣ୍ୟ ନାଏକ, ଯୁବ ମୋର୍ଚ୍ଚା ସଭାପତି ଅଶୋକ ସାହୁ, ସହ ସମ୍ପାଦକ ଶ୍ବେତ ସା, ଲିଙ୍ଗରାଜ ବଗର୍ତ୍ତୀ, ଉପସଭାପତି ସୁବାଶ ଚନ୍ଦ୍ର ସା, ନରସିଂହ ମାଝୀ, ଅନିରୁଦ୍ଧ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଉଲ୍ଲେଖନୀୟ ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.