ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଗତକାଲି ଏକ ମର୍ମାନ୍ତିକ ଦୁର୍ଘଟନାରେ AI171 ବିମାନ, ଯାହା ଅହମଦାବାଦରୁ ଲଣ୍ଡନ ଯାଉଥିଲା, ଉଡିବାର କିଛି ସମୟ ମଧ୍ୟରେ ଅହମଦାବାଦ ସ୍ଥିତ ଏକ ଡକ୍ଟର ହଷ୍ଟେଲ୍ ଉପରେ କ୍ରାସ୍ ହୋଇଯାଇଛି । ଏହି ଦୁର୍ଘଟଣା ଫଳରେ ବିମାନରେ ଥିବା ୨୪୦ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ଏବଂ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁହାର ଦେଖି ଦେଶରେ ଶୋକ ଛାଇଛି । ଏହି ଦୁଃଖଦ ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ କୁରୁଗୁଡ଼ା ଖେଳପଡିଆ ଠାରେ ଜୁନାଗଡ଼ ମୋର୍ଣିଙ୍ଗ ଷ୍ଟାର କ୍ରିକେଟ କ୍ଲବ ଦ୍ଵାରା ଏକ ଶୋକ ସମ୍ମର୍ଦ୍ଧନା ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନରେ ଅନେକ ଅନୁଭୂତିପୂର୍ଣ୍ଣ ଶବ୍ଦ ଓ ମୌନ ପାଳନ ଦ୍ଵାରା ମୃତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । କ୍ଲବର ପ୍ରମୁଖ ସଦସ୍ୟ ଆକାଶ, ସୁରଜ୍, ସିଲୁ, ଜିତେନ୍ଦ୍ର, ମନ୍ଟୁ, ସୁଶି, ଭିମା, ମାନା, ପ୍ରମୋଦ, ଶିବା, ଅଲେଖ, ଅନିଶ, ମୁନୁ, ତପିନ, ବବଲୁ, ଦିବଲ୍, ରତ୍ନା, ଆଶିଷ, ଲଗାନ, ଆରୁଶ, ଦୀପକ ଓ ଝାନଭି ଉପସ୍ଥିତ ଥିଲେ । ଏହି ଅନୁଷ୍ଠାନ ମାଧ୍ୟମରେ ମୃତାତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ପରିବାର ପାଇଁ ସାନ୍ତ୍ବନା ପ୍ରକାଶ କରାଯାଇଛି ।