ଜୁନାଗଡ ବିଜ୍ଞାପିତ ଅଞ୍ଚଳରେ ବିକାଶ ବାହନ ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ରାଜ୍ୟବାସୀଙ୍କ ସେବାରେ ଏକ ବର୍ଷ ଓ ଦେଶ ବାସୀଙ୍କ ସେବା ରେ ଏଗାର ବର୍ଷ ପୂର୍ତ୍ତି । ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଜନସାଧାରଣ ପର୍ଯ୍ୟନ୍ତ ପହଞ୍ଚିବା ଉଦ୍ଦେଶ୍ୟରେ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିକାଶ ବାହନ ରଥ ଯାତ୍ରା ଆରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ସାଂସଦ ପ୍ରତିନିଧି ଓ ପୂର୍ବତନ ନଗର ସଭାପତି ଶିବରାମ ରାଉତ ବିକାଶ ବାହନ ରଥକୁ ପତାକା ଦେଖେଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ସହଯୋଗରେ ନଗର ସଭାପତି ବିକ୍ରାନ୍ତ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଗଣେଶ ଗହୀର, ଭାରପ୍ରାପ୍ତ ନଗରପାଳ ହିମାଦ୍ରୀ ନାଏକ ଓ ଅନ୍ୟାନ୍ୟ ଓ୍ୱାର୍ଡ ପରିଷଦ ମାନେ ଯେପରିକି, ୱାର୍ଡ ୪ ପରିଷଦ ହିମାଦ୍ରି ସିନ୍ଦୂର, ୱାର୍ଡ ୬ ପରିଷଦ ମାଧବୀ ବାଗ ଓ ୱାର୍ଡ ୭ ପରିଷଦ ମଞ୍ଜୁଲତା ସେଠୀ ସହିତ ସ୍ୱଚ୍ଛ ସାଥୀ, କର୍ମଚାରୀ ବୃନ୍ଦ, ଭାରତୀୟ ଜନତା ପାର୍ଟି ର ସମସ୍ତ କାର୍ଯ୍ୟକର୍ତ୍ତା ଓ ଅନେକ ଜନସାଧାରଣ ଉପସ୍ଥିତ ହୋଇଥିଲେ। ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋଙ୍କ ନେତୃତ୍ୱରେ ଏହି ବିକାଶ ବାହନ ଯାତ୍ରା ଆୟୋଜିତ ହୋଇଥିଲା। ଏହି ରଥ ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା, ଉପଲବ୍ଧି ଓ ସେବାମୂଳକ କାର୍ଯ୍ୟ ଗ୍ରାମ ଓ ଶହର ଲୋକଙ୍କ ସାମ୍ନାରେ ପ୍ରଦର୍ଶିତ କରାଯିବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ର ପ୍ରତି ବିଶ୍ୱାସ ବଢ଼ିବା ସହ ଗ୍ରାମୀଣ ଅଞ୍ଚଳ ଓ ସହର ମଧ୍ୟରେ ବିକାଶ ଗତି ଅଧିକ ତିବ୍ର ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.