ପ୍ରଥମ ଶ୍ରେଣୀ ଅଦାଲତରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସଦର ସ୍ଥିତ ପ୍ରଥମ ଶ୍ରେଣୀ ଅଦାଲତ ପରିସରରେ ତାଲୁକ ଆଇନ ସେବା ସମିତି କାଶିପୁର ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଯୋଗ ଗୁରୁ ଆର. ଚକ୍ରଧର ରାଓ ଯୋଗ, ବ୍ୟାୟାମ ଓ ପ୍ରାଣାୟାମ ଶିଖାଇଥିଲେ । କାର୍ଯ୍ୟକ୍ରମରେ କାଶିପୁର ପ୍ରଥମ ଶ୍ରେଣୀ ଅଦାଲତ ବିଚାରପତି ତାଲୁକ ଆଇନସେବା ସମିତି ଅଧକ୍ଷା ଶ୍ରୀମତୀ ନର୍ମଦା କରଙ୍କ ଉପସ୍ଥିତି ରେ ତାଲୁକ ଆଇନସେବା ସମିତି କର୍ମଚାରୀ, କାଶିପୁର ବାର ଅକିଲ ସଂଘ,ପାନେଲ ଲୟେର୍ସ,ପାରା ଲିଗାଲ ଭଲ୍ୟୁଣ୍ଟାରିସ୍,ଅଦାଲତ କର୍ମଚାରୀ ଏବଂ ସିଏସଆଇ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.