ଓଡିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଶ୍ନାତ୍ତକ ମହାବିଦ୍ୟାଳୟରେ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସମ୍ବିଧାନ ହତ୍ୟା ଦିବସ ଆଜି ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମ୍ବିଧାନର ଗୁରୁତ୍ବ ଓ ଆଇନର ଶାସନ ବ୍ୟବସ୍ଥାରେ ଥିବା ମହତ୍ତ୍ଵ ଉପରେ ବୁଝାଇଥିଲେ । ସେହିଭଳି ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ଏବଂ ରାଜନୀତି ବିଭାଗ ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ପ୍ରମୁଖ ଯୋଗ ଦେଇ ୧୯୭୫ ମସିହା ଜୁନ ୨୫ ତାରିଖରେ ଦେଶରେ ଘଟିଥିବା ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଓ ଏହାର ଅପବ୍ୟବହାର ସମ୍ପର୍କରେ କହିବା ସହ ସମ୍ବିଧାନର ଉପଯୋଗିତା , ଅଧିକାର ଏବଂ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସମ୍ବିଧାନର ଗୁରୁତ୍ବ ଓ ଏହା ହତ୍ୟା କିଭଳି ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଛାତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।