ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ):
ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ସଦର ମହକୁମା ଓ ଟିକ୍ରାପଡ଼ା ପଞ୍ଚାୟତ ଦେଓଗାଁ ଠାରେ ଯୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗ୍ରାମର ଜୟ ଲାନ୍ଥେଶ୍ୱର୍ ନାଟ୍ୟ କଳା ପରିଷଦର କଳାକାର ବ୍ଲକ ପ୍ରଶାସନ ସହାୟତାରେ ନିଶା ନିବାରଣ ସଚେତନତା ଲକ୍ଷ୍ୟରେ କୋଶଲୀ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ | କୋଶଲୀ ପଥପ୍ରାନ୍ତ ନାଟକ ` ନିଶା ମୁନୁଷର ଯଅଁରା’କୁ ନାଟ୍ୟକାର ଅନନ୍ତ କୁମାର ବଗର୍ତ୍ତି ରଚନା କରିଥିବା ବେଳେ ଏବଂ ଉଦୀୟମାନ ଯୁବ ନିର୍ଦ୍ଦେଶକ ନିମାନନ୍ଦ ଖମାରୀ ଏହାର ନିର୍ଦ୍ଦେଶନା ଦେଇଥିଲେ | ଏଥିରେ ସଦାନନ୍ଦ ମିର୍ଦ୍ଧା, ଘାସିରାମ ଖମାରୀ, ଶ୍ୟାମ ମିର୍ଦ୍ଧା ପ୍ରମୁଖ କଳାକାର ଅଭିନୟ କରିଥିଲେ | ଆର୍ଗନରେ ରୁଦ୍ର ଧରୁଆ ଏବଂ ଢୋଲରେ ସୁଦର୍ଶନ ଭୋଇ, ଚିତ୍ର ମଲ୍ଲିକ ଥିଲେ | ନାଟକଟି ଦର୍ଶକଙ୍କ ପାଇଁ ଶିକ୍ଷଣୀୟ ତଥା ଉଚ୍ଚ ପ୍ରଶଂସିତ ହୋଇଥିଲା |