ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି ନବଯୌବନ ଦର୍ଶନ । ପାରମ୍ପରିକ ବିଧାନ ଅନୁସାରେ ନେତ ପରିବର୍ତ୍ତନ କରୁଥିବା ସେବକଙ୍କୁ ମାନ୍ୟ ପ୍ରଦାନ, ନେତ ପରିବର୍ତ୍ତନ, ରଥ ପୂଜା ଓ ପରିକ୍ରମା, ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଆଦି ମୁଖ୍ୟ ପୁରୋଧା ଆଶିର୍ବାଦ ଜୀ ମହାରାଜ ଓ ପୂଜକ ପ୍ରତାପ ପଣ୍ଡାଙ୍କ ଉପସ୍ଥିତିରେ ବିଜୟ ଅଗ୍ରୱାଲ, ଅନିଲ ଅଗ୍ରୱାଲ, ଚନ୍ଦ୍ରମୋହନ ରୋହିଲା ଓ ସନ୍ଦିପ ଶର୍ମା ସପତ୍ନିକ ନିତି ସଂପାଦନ କରିବାରେ ସହଯୋଗ କରିଥିଲେ । ଏହାପରେ ସର୍ବସାଧାରଣଙ୍କ ପାଇଁ ନବଯୌବନ ଦର୍ଶନ ହୋଇଥିଲା । ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦର୍ଶନ ସମୟରେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲ, ସମ୍ପାଦକ ପ୍ରଦୀପ କୁମାର ଅଗ୍ରୱାଲଙ୍କ ସମେତ ରୁପ୍ରାରୋଡ ଓ ଆଖପାଖ ଅଞ୍ଚଳର ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ବିଧି ମୁତାବକ ଅନୁଷ୍ଠିତ ହେବବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.