ରଥଯାତ୍ରା ବଜାର ପାଇଁ ନର୍ଲା ମାର୍କେଟ ପ୍ରବଳ ଭିଡ଼

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସକାଳ ହେଲେ ରଥଯାତ୍ରା। ଚଳିତ ବର୍ଷ ବର୍ଷା ଭଲ ହେଉଥିବା ଯୋଗୁଁ ଚାଷୀ ମନରେ ଆନନ୍ଦ। ନର୍ଲା ଅଞ୍ଚଳ ଏକ କୃଷୀ ପ୍ରଧାନ ଅଞ୍ଚଳ ହୋଇଥିବା ଯୋଗୁଁ ଚାଷ ଉପଯୋଗୀ ପରିବେଶ ହେଲେ ଚାଷୀ ଖୁସି ହେବା ସହ ବ୍ୟବସାୟ ବାଣିଜ୍ୟ ମଧ୍ଯ ଭଲ ହୋଇଥାଏ। ଏହି କ୍ରମରେ ନର୍ଲା ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ଚାଷ ଉପଯୋଗୀ ହୋଇଥିବାରୁ ଚାଷୀ ଖୁସ। ଏହି ସମୟରେ ଶ୍ରୀ ଜୀଉ ମାନଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ଅଞ୍ଚଳ ବାସୀ ପିଲା ଛୁଆ ଙ୍କ ପାଇଁ ନୂଆ ଜାମା ପୋଷାକ କରିବ। ଆସନ୍ତା କାଲି ପରିବାର ସାରା ନୂଆ ବସ୍ତ୍ର ପିନ୍ଧି ରଥଯାତ୍ରା ଦେଖିବା ପାଇଁ ଯିବେ। ରଥଯାତ୍ରା ପର୍ବ ପାଇଁ ଘରେ ପିଠା ପଣାର ଆସର ଜମିବ। ନୁଆ ବସ୍ତ୍ର କିଣିବା, ଆବଶ୍ୟକ ରାସନ ସାମଗ୍ରୀ ନେବା ପାଇଁ ଆଜି ସକାଳୁ ନର୍ଲା ମାର୍କେଟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ନର୍ଲାର ମୁଖ୍ୟ ବଜାର, ବସଷ୍ଟାଣ୍ଡ, ଚାରିଛକ ପ୍ରଭୃତି ବଜାର ସ୍ଥଳରେ ଅନେକ ଭିଡ଼ ହୋଇଥିବା ପରିଲକ୍ଷିତ ହୋଇଥିଲା। ବଜାର ଭିଡ଼ ଯୋଗୁଁ ମୁଖ୍ୟ ରାସ୍ତାରେ ସକାଳ ୯ ଘଣ୍ଟା ରୁ ସନ୍ଧ୍ୟା ୭ ଟା ଯାଏଁ ଟ୍ରାଫିକ ସମସ୍ୟା ମଧ୍ଯ ଉପୁଜିଥିବା ଦୃଶ୍ୟମାନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.