ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ‘ନନ୍ଦିଘୋଷ’ ରଥ ‘ଗରୁଡ଼ଧ୍ୱଜ’ ବା ‘କପିଳଧ୍ୱଜ’ ନାମରେ ମଧ୍ୟ ପରିଚିତ। ଜଗନ୍ନାଥଙ୍କ ସହ ମଦନମୋହନ ଏହି ରଥରେ ବିଜେ କରିଥାନ୍ତି। ଏହି ରଥର ୧୬ ଚକର ନାମ ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ।