ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ବସ୍ତିରେ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ପ୍ରାତଃ କାଳରୁ ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ନିତି ସଂପାଦିତ ହୋଇଥିଲା। ପହଣ୍ଡି ପରେ ଶ୍ରୀଜିଉଙ୍କୁ ରଥାରୂଢ କରାଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ତିନି ଠାକୁରଙ୍କ ରଥ ବାହାରି ଶାନ୍ତି ନଗର ଦେଇ ମାଉସି ମନ୍ଦିର ପହଞ୍ଚି ଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୂତ୍ର ସୁନିଲ ଅଗ୍ରୱାଲ ଛେରାପହଁରା କରିଥିଲେ। ଓଡ଼ିଶାର ପ୍ରସିଦ୍ଧ କଥାବାଚକ ତଥା ବିଖ୍ୟାତ ପଣ୍ଡିତ ଆଶିର୍ବାଦ ଜୀ ମହାରାଜଙ୍କ ମାର୍ଗଦର୍ଶନରେ ମନ୍ଦିରର ପୁଜକ ପ୍ରତାପ ପଣ୍ଡା ଓ ତାଙ୍କ ସହଯୋଗୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ରଥଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା।