ସମାଜସେବୀ ବିନୋଦ ବିହାରୀ ରାଉତଙ୍କ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କଟକ: ବିଶିଷ୍ଟ ସମାଜସେବୀ ବିନୋଦ ବିହାରୀ ରାଉତଙ୍କ ୧୯ତମ ସ୍ମୃତି ସଭା ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ କଲ୍ୟାଣୀନଗର ଅନ୍ଦରପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମାଜସେବୀ ରେଣୁବାଳା ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମାଜସେବୀ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ଚାଉଳିଆଗଞ୍ଜ କୁଞ୍ଜବିହାରୀ ମଠର ସଭାପତି ସଂଗ୍ରାମ କେଶରୀ ପାତ୍ର, ଅଲ୍ ଓଡିଶା ଇପିଏଫ୍ ପେନସନ୍ ଆସୋସିଏସନର ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ତ୍ରିଲୋଚନ ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏଇ ଅବସରରେ ଶତାଧିକ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ଇତ୍ୟାଦି ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆରତୀ ମିଶ୍ର, ମାମା ରାଉତ, ନିତ୍ୟାନନ୍ଦ ସ୍ୱାଇଁ, ରମେଶ ଦାସ, ନନ୍ଦ କିଶୋର ଦଳାଇ, ପ୍ରାଣକୃଷ୍ଣ ଜେନା ଓ ମିତା ଗୋଚ୍ଛାୟତ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ରଜନୀକାନ୍ତ ପରିଜା ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.