କଲ୍ୟାଣ ସିଂହପୁରରେ ରଥଯାତ୍ରା 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା) : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଦେବତ୍ର ବିଭାଗ ତରଫରୁ ଶ୍ରୀଜୀଉଙ୍କ ଘୋଷଯାତ୍ରା ମହା ଆଡମ୍ବରରେ ବିଧି ବଦ୍ଧ ଭାବେ ପାଳିତ ହୋଇଯାଇଛି | ପାଗ ଅନୁକୂଳ ରହିଥିବାରୁ ପୋଡ଼ସୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ଥୁ:ରାମପୁର ବ୍ଲକ ସହ ମୁନିଗୁଡ଼ା, ବିଷମକଟକ, କୋଲନରା, କାଶିପୁର ଓ ସଦରରୁ ହଜାର ହଜାର ଭକ୍ତ ଆସି ଯୋଗଦେଇଥିଲେ | ଏହି ପରିପେକ୍ଷିରେ ଶ୍ରୀ ଜେଉ ଙ୍କ ସକାଳ ଧୂପ ମଙ୍ଗଳ ଆଳତି ଅବକାଶ ସହ ଖେଚୁଡ଼ି ଭୋଗ ପରଷା ଯାଇଥିଲା | ପରେ ପରେ ପୂଜକ ମାନେ ଠାକୁର ମାନଙ୍କୁ ପୁଷ୍ପମାଲ୍ୟ ରେ ସୁସଜିତ କରି ରଥ ପ୍ରତିଷ୍ଠା ପରେ ୧୨ଘଣ୍ଟିକାରେ ମଙ୍ଗଳା ରୋପଣ ସାରିଥିଲେ | ଅପରାହ୍ନ ୩ଘଣ୍ଟିକାରେ ସେବାୟତ ମାନେ ଗୋଟି ପହଣ୍ଡିରେ ତିନି ଠାକୁର ଙ୍କୁ ରଥାରୁଡ଼ କରିଥିଲେ | ରଥ ଉପରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବା ପରେ ରଥ ଟଣା ସମ୍ପନ୍ନ କରାଯାଇଥିଲା | ଏହି ରଥଟଣା (ଘୋଷଯାତ୍ରା)କୁ ସୁରୁଖୁରୁ ରେ ସମ୍ପନ୍ନ ନିମନ୍ତେ ସ୍ଥାନୀୟ ପୋଲିସ ବିଭାଗ ତରଫରୁ ଟ୍ରାଫିକ ନିୟମ କଡ଼ା କୋଡ଼ି କରାଯାଇଥିଲା | ଯେ କୌଣସି ଅଘଟଣ ଏଡାଇବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ ସୋଜାଗ ରହିଥିବା ଦେଖିବାକୁ ମିଳିଥିଲା | ଶେଷରେ ସନ୍ଧ୍ୟା ୭ଘଣ୍ଟିକା ସମୟ ପରେ ଶ୍ରୀଜୀଉଙ୍କୁ ମାଉସୀ ମାଁ ମନ୍ଦିରକୁ ନିଆଯିବା କଥା ହସ୍ତଗତ ହୋଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.