ରୁପ୍ରାରୋଡରେ ହେରାପଞ୍ଚମୀ ନିତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହାପ୍ରଭୁଙ୍କ ଘୋଷଯାତ୍ରାର ପଞ୍ଚମ ଦିବସରେ ରୁପ୍ରାରୋଡଠାରେ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନିତି। ମଞ୍ଜୁ ଅଗ୍ରୱାଲ ମହାଲକ୍ଷ୍ମୀ ଭୂମିକାରେ ରହି ମହାଲକ୍ଷ୍ମୀଙ୍କର ଚଳନ୍ତି ପ୍ରତିମା ସହ ଏକ ସୁସଜ୍ଜିତ ରଥରେ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ। ନନ୍ଦିଘୋଷ ରଥକୁ ଦେଖି ଲକ୍ଷ୍ମୀ ଆହୁରି କ୍ରୁଦ୍ଧ ହୁଅନ୍ତି। ଆରେ ଏହି ରଥଟା ତ ମହାପ୍ରଭୁଙ୍କୁ ଏଠାକୁ ନେଇ ଆସିଛି। ଅଭିମାନରେ ନନ୍ଦିଘୋଷ ରଥକୁ ଖୁଣକରି ଖଣ୍ଡେ କାଠ ବାହାରକରି ନେଇ ଆସନ୍ତି। ଓଡ଼ିଶାର ପ୍ରସିଦ୍ଧ କଥାବାଚକ ଆଶିର୍ବାଦଜୀ ମହାରାଜ ଓ ରୁପ୍ରାରୋଡ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ପ୍ରତାପ ପଣ୍ଡା ହେରାପଞ୍ଚମୀ ନିତି  ସଂପାଦନ କରାଇଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ, ସୁମିତ କୁମାର ଅଗ୍ରୱାଲ ଓ କମିଟିର ସଂପାଦକ ପ୍ରଦୀପ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଆୟୋଜିତ ମହାଲକ୍ଷ୍ମୀଙ୍କ ଏହି ଅପୂର୍ବ ଯାତ୍ରା ଦେଖି ଭକ୍ତମଣ୍ଡଳୀ କୃତାର୍ଥ ହୋଇଛନ୍ତି। ପୁନମ ଅଗ୍ରୱାଲ, ମଞ୍ଜୁ ରୋହିଲା, ପ୍ରଶାନ୍ତ ବେହେରା, ଅଶୋକ ଅଗ୍ରୱାଲ, ସୁଧିର ଅଗ୍ରୱାଲ, ସୁଦିପ ଅଗ୍ରୱାଲ, କାହ୍ନା ଶର୍ମା, ଅଫତାର ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.