ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ
ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ବେଗୁନିଆ ପଡା ବ୍ଲକ ବଡ଼ଖଇରଖମା ପଞ୍ଚାୟତ ଅନ୍ତର୍ଗତ ପାଇକପଡା ଗ୍ରାମର ଧର୍ମପରାୟଣ ଶତାୟୁ ବ୍ୟକ୍ତି କାଳୁ ବିଶୋଷୀଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହେଉଥିଲା। ସେ ଅବସରପ୍ରାପ୍ତ ଶିକ୍ଷକ ଜୟସେନ ବିଷୋୟୀଙ୍କ ପିତା ଥିଲେ। ମୃତ୍ୟୁ ଖବରପାଇ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ପାଇକପଡାରେ ପହଞ୍ଚି ସ୍ବର୍ଗତ ବିଷୋୟୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ସହ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୂ ଦୁର୍ଯ୍ୟୋଧନ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧୂ ଗୋପବନ୍ଧୁ ସାହୁ ଉପସ୍ଥିତ ଥିଲେ। କାଳୁ ବିଷୋୟୀଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।