ସମୂହ ଛୁଟିରେ ଗଲେ ସୁବର୍ଣ୍ଣପୁର ଜିଲ୍ଲା ଓଏଏସ ସଂଘ; ଆକ୍ରମଣକୁ ଦୃଢ଼ ନିନ୍ଦା ସହ ପ୍ରତିବାଦ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଏମସି ଅତିରିକ୍ତ କମିଶନରଙ୍କୁ ଗତ ତା ୩୦/୦୭ ରିଖ ଦିନ ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ହୋଇଥିବା ଆକ୍ରମଣର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ଓଡିଶା ପ୍ରଶାସନିକ ଅଧିକାରୀ ସମୂହ ସମେତ ଓଡିଶା ରାଜସ୍ବ ଅଧିକାରୀ ବୃନ୍ଦ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ସଂଘ ର କର୍ମକର୍ତାଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ କମିଶନରଙ୍କୁ ବିଏମସି କାର୍ଯ୍ୟାଳୟ ପରିସରରେ କେତେଜଣ ବ୍ୟକ୍ତି ଅଶାଳୀନ ଭାଷା କହିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଅତିରିକ୍ତ କମିଶନରଙ୍କ ଜୀବନ ପ୍ରତି ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ରହିଥ‌ିବା ବେଳେ ଏତାଦୃଶ ନିନ୍ଦନୀୟ କାର୍ଯ୍ୟକଳାପ ଆଗାମୀ ଦିନରେ ରାଜ୍ୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଭାବେ ଭୟ ବାତାବରଣ ସୃଷ୍ଟି କରିବ ବୋଲି ଅଧିକାରୀ ବୃନ୍ଦ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅଧିକାରୀଙ୍କ ଉପରକୁ ଆକ୍ରମଣ ଓ ଦୁର୍ବ୍ଯବହାର ପ୍ରତିବାଦରେ ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ, ରାଜସ୍ୱ ସେବା ଅଧିକାରୀ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅନ୍ୟାନ୍ୟ ସେବା ଅଧିକାରୀ, ଜିଲ୍ଲା ରାଜସ୍ବ ଅମଳା ସଂଘ, ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ରାଜସ୍ବ କ୍ଷେତ୍ର କର୍ମଚାରୀ ସଂଘ, ସମୂହ ଦୃଢ଼ ନିନ୍ଦା ଓ ବିରୋଧ କରିବା ସହ ରାଜ୍ୟ ସ୍ତରୀୟ ଓଡିଶା ପ୍ରଶାସନିକ ଅଧିକାରୀ ସଂଘର କାର୍ଯ୍ୟ ବନ୍ଦ ପ୍ରତ୍ୟାହାର ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଥିଲେ ଏବଂ ଆକ୍ରମଣ, ମାଡ ମାରିବା ଘଟଣା ଓ ଦୁର୍ବ୍ୟବହାର ଘୋର ବିରୋଧ କରି ଓ ସଂପୃକ୍ତ ଦୁର୍ବୃତ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଗତ କରାର୍ଯ୍ୟନୁଷ୍ଠାନ ନିମନ୍ତେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଓଡିଶା ପ୍ରଶାସନିକ ସେବା ଅଧିକାରୀ ମାନେ ସମୂହ ଛୁଟିରେ ଯିବା ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିବା ସୂଚନା ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.