ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ମୁକୁନ୍ଦୀ ଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ତର୍କଶାସ୍ତ୍ର ଅଧ୍ୟାପକ ବଳରାଜ ସିଂଦେଓଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ରଞ୍ଜିତା ଗୁରୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁ ପ୍ରସାଦ ଶର୍ମା, ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାତା ସଭ୍ୟ ଅଭିବକ୍ତା ଶମ୍ମିମ ଅହମ୍ମଦ ଖାଁ, ଦୁଝିଶ୍ୟାମ ରାଏ, ପ୍ରାକ୍ତନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ମଞ୍ଚାସିନ ଥିଲେ। ସୂଚନା ଅନୁସାରେ ଶ୍ରୀ ସିଂଦେଓ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଏହି ବିଦ୍ୟାଳୟ ରେ ଅଧ୍ୟାପନା କରିଥିଲେ। ସେ ତାଙ୍କରି ଅଧ୍ୟାପନା ସମୟରେ ଜଣେ ଶୃଙ୍ଖଲିତ, କର୍ମଠ, ସମୟାନୁବର୍ତିତା, ସମର୍ପଣ ସହିତ ପାଠ ପଢ଼ାଉଥିଲେ। ସେ ଜଣେ ଛାତ୍ର ବସ୍ଥଳ ଓ ଅମାୟିକ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ତାଙ୍କୁ ଏହି ସଭାରେ ଉପଢୌକନ ଓ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ। ସମସ୍ତ ଅତିଥି ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏହି ସଭାରେ ତାଙ୍କର ଶିକ୍ଷ୍ୟା ପ୍ରତି ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ ଓ ସାଧୁବାଦ୍ ଓ କୃତଜ୍ଞତା ଜ୍ଞାପନ କରିଥିଲେ ଓ ତାଙ୍କରି ସେବା ନିବୃତ୍ତି ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦେବେନ୍ଦ୍ର ପଣ୍ଡା, ରମେଶ ପୂଜାହାରି, ଭାସ୍କର ମେହେର, ସୁନାନି ବାବୁ, ମଞ୍ଜେଶ ସୁନା, ଅଧ୍ୟାପିକା ସଂଜୀବନୀ ସୁଧା ରଥ, ଡ଼କ୍ଟର ମିଲୀ କର, ଡ଼କ୍ଟର ସସ୍ମିତା ପଟ୍ଟନାୟକ, ଅନିତା ପଟ୍ଟନାୟକ, ଗ୍ରନ୍ଥାଗାର ରକ୍ଷକ ମନୋଜ ସାହୁ, କର୍ମଚାରୀ ପିଙ୍କି ନାଗ ଓ ସମସ୍ତ କର୍ମଚାରୀ ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ମହା ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ସିଂଦେଓଙ୍କ ଦୀର୍ଘ ଓ ନିରାମୟ ଜୀବନର କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.