ବଲାଙ୍ଗିରରେ ଓଡ଼ିଶା ପ୍ରଶାସନିକ ସେବା ଓ ରାଜସ୍ବ ସେବା ବନ୍ଦ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି ବଲାଙ୍ଗିର ଓଡ଼ିଶା ପ୍ରଶାସନିକ ସେବା ଓ ଓଡ଼ିଶା ରାଜସ୍ବ ସେବା ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ଜିଲ୍ଲା ସଂଘ ସଭାପତି ତଥା ଏଡିଏମ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରତିବାଦ ସଭା କରାଯାଇ କାର୍ଯ୍ୟରତ ବିଏମସି ଅତିରିକ୍ତ କମିଶନର ସାହୁଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସଂଘ ଦାବି କରିବା ସହ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ସଭାରେ ବଲାଙ୍ଗୀର ଜିଲାର ସମସ୍ତ ଓଏଏସ ଓ ଓଆରଏସ ଯୋଗଦାନ କରିଥିଲେ। ସଭାରେ ଅତିରିକ୍ତ ଜିଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ ପଟେଲ, ପାଟଣାଗଡ ଉପଜିଲ୍ଲାପାଳ ସୁନିଲ କୁମାର ମେହେରଙ୍କ ସହ ବିଭିନ୍ନ ବ୍ଳକର ବିଡ଼ିଓ, ତହସିଲଦାର ଓ ଓଆରଏସ ଅଧିକାରୀ ଯୋଗଦାନ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.